ଅଘଟଣ : ଆନ୍ଦୋଳନ ସାରି ଘରକୁ ଫେରୁଥିବା ୨ କୃଷକ ମୃତ
ନୂଆଦିଲ୍ଲୀ: ହରିୟାଣାର ହିସାର ଜିଲ୍ଲାର ଟିକରୀ ବୋର୍ଡର ଧାରଣାସ୍ଥଳରୁ ଘରକୁ ଫେରୁଥିବା ୨ କୃଷକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତକ ଦ୍ୱୟ ହେଲେ ସୁଖଦେବ ସିଂହ ଓ ଅଜୟପ୍ରୀତ ସିଂହ। ଏମାନେ ମୁକ୍ତସର ଜିଲାର ଗିଦଡ଼ବାହାର ଅସା ବୁଟ୍ଟୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏଥିସହିତ ରଘୁବୀର ସିଂହ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଯେ, ମୃତ ସୁଖଦେବ ସିଂହ ଓ ଅଜୟପ୍ରୀତ ସିଂହ ଧାରଣାସ୍ଥଳରୁ ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ କେଣ୍ଟର ଟ୍ରାକ୍ଟରକୁ ଧକ୍କା ମାରିଥିଲା। ମୃତକ ଦ୍ୱୟ ଅନ୍ୟ ଲୋକଙ୍କ ସହ ଗୁରୁବାର ଟିକରୀ ବୋର୍ଡରକୁ ଯାଇଥିଲେ।
