ଏନ୍.ସି.ସି. କ୍ୟାଡେଟ ଙ୍କ ଦ୍ୱାରା ପଲିଥିନ୍ ବର୍ଜନ ସଚେତନତା
କେନ୍ଦୁଝର : ପୁନୀତ ସାଗର ଅଭିଯାନ ସପ୍ତାହ ପାଳନର ଦ୍ୱିତୀୟ ଦିବସ ରେ କେନ୍ଦୁଝରସ୍ଥିତ ୧୪ ଓଡ଼ିଶା ଏନ୍.ସି.ସି. ବାଟାଲିୟନ ପକ୍ଷରୁ କେନ୍ଦୁଝର ସହରରେ ଥିବା ଡେଲିମାର୍କେଟ ରେ ପରିବା ବ୍ୟବସାୟୀ ତଥା ଅନ୍ୟାନ୍ୟ ବ୍ୟବସାୟୀ ଗ୍ରାହକ ଙ୍କୁ ପଲିଥିନ୍ ମାଧ୍ୟମ ରେ ଜିନିଷ ନ ଦେବାକୁ ଏନ୍.ସି.ସି. କ୍ୟାଡେଟ ସଚେତନ କରାଇଥିଲେ । ପଲିଥିନ୍ ର କୁପ୍ରଭାବ ସମ୍ବନ୍ଧ ରେ ପୋଲିସ ହାଇସ୍କୁଲ ର ଏନ୍.ସି.ସି. ଅଫିସର ବିଜୟ କୁମାର ବେହେରା ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । କମାଣ୍ଡିଂ ଅଫିସର ଏମ୍. ଚନ୍ଦ୍ରଶେଖର ରାଓ ଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାର ରାଜୀବ କୁମାର ମିଶ୍ର, ଡି.ଡି.କଲେଜ ର ଲେଫ୍ଟନାଣ୍ଟ ସଲମା କିସ୍କୁ,ଡି.ଏନ୍.ହାଇସ୍କୁଲ ର ଏନ୍.ସି.ସି. ଅଫିସର ସୁରେନ୍ଦ୍ର କୁମାର ପଇଦା ପ୍ରମୁଖଙ୍କ ତତ୍ୱାବଧାନରେ ୯୦ ଜଣ କ୍ୟାଡେଟ ଏହି ପଲିଥିନ୍ ବର୍ଜନ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ । କ୍ୟାଡେଟ ଙ୍କ ଦ୍ୱାରା ଆୟୋଜିତ ସଚେତନତା ଅଭିଯାନ କୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ ।
