ଚୋରି ମାମଲାରେ ୨ ଗିରଫ
ଜୟପୁର : ଚୋରି ମାମଲାରେ ଜୟପୁର ଟାଉନ ପୋଲିସ ୨ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ନନ୍ଦଗୁଡାର ଅରୁଣ କୁମାର ବେହେରା ଓ ରାଜ କୁମାର କାକଡି । ପୋଲିସ ସୁଚନା ଅନୁଯାଇ ଜୟପୁର ଦୈନିକ ବଜାରରୁ୨ଟି ସିଲେଇ ମେସିନ ଚୋରି ହୋଇଥିଲ । ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ନନ୍ଦଗୁଡାରୁ ୨ ଅଭିଯୁକ୍ତକୁ ଗିରଫ କରି ଚୋରି ହୋଇଥିବା ଦୁଇ ସିଲେଇ ମେସିନ ଜବତ କରିଛି । ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି ।
