ଓଡ଼ିଶାରେ ଆମ୍ ଆଦମୀ ପାର୍ଟି ବିକଳ୍ପ ରାଜନୀତି ଦେବାରେ ସକ୍ଷମ: ନିଶିକାନ୍ତ
ନବରଙ୍ଗପୁର : ଓଡ଼ିଶାରେ ଆମ୍ ଆଦମୀ ପାର୍ଟିର ଆଦୃତ ଦିନକୁ ଦିନ ବୃଦ୍ଧି ପାଉଥିବା କହିଛନ୍ତି ଆପ୍ ର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର । ଆଜି ନବରଙ୍ଗପୁର ଜିଲ୍ଲାର କଣ ଅନୁକୋଣରୁ ଆସିଥିବା ବହୁ ସଂଖ୍ୟାରେ ଆମ୍ ଆଦମୀ ପାର୍ଟିର କର୍ମୀ ମାନେ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ । ସୌରା ସାହି କଲ୍ୟାଣ ମଣ୍ଡପରେ ଆୟୋଜିତ କର୍ମୀ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ବହୁ ବରିଷ୍ଠ ରାଜ୍ୟ ସ୍ତରୀୟ ନେତା ଯୋଗ ଦେଇଥିଲେ । ପ୍ରାରମ୍ଭରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କୁ ନବରଙ୍ଗପୁର ରେ ଭବ୍ୟ ସ୍ୱାଗତ କରିବା ସହ ସର୍କିଟ ହାଉସ ଠାରୁ ଏକ ଶୋଭାଯାତ୍ରା ବାହାରି କଲ୍ୟାଣ ମଣ୍ଡପ ଠାରେ ପହଂଚି ଥିଲା । ଦିଲ୍ଲୀ, ପଂଜାବ ପରେ ପରେ ସମଗ୍ର ଦେଶରେ ଆମ୍ ଆଦମୀ ପାର୍ଟି ଜନାଦୃତ ବୃଦ୍ଧି ହେବାରେ ଲାଗିଛି । ଦୀର୍ଘ ବର୍ଷ ରାଜ୍ୟ ସରକାରଂକ ତ୍ରୁଟି ପୂର୍ଣ୍ଣ ନିଷ୍ପତି ଯୋଗୁଁ ଓଡ଼ିଶାବାସି ଏବଂ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆମ୍ ଆଦମୀ ପାର୍ଟି ପ୍ରତି ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବିଜୁଳି ମାଗଣା ଦେବା ସହ ରୋଜଗାର ଦେବା ପାଇଁ ଆମ୍ ଆଦମୀ ପାର୍ଟି ସଂକଳ୍ପ ବଦ୍ଧ । ନବରଙ୍ଗପୁର ଜିଲ୍ଲାରେ ନୂଆଁହୋଇ ପାର୍ଟି ଜନ୍ମ୍ ପର ଠାରୁ ଏଠାକାର ବହୁ ସମସ୍ୟାର ସମଧନ ପାଇଁ ପାର୍ଟି କାଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ଶ୍ରି ନିଶିକାନ୍ତ ମହାପାତ୍ର । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ କୃତିବାସ ମୁଣ୍ଡ, ଜିଲ୍ଲା ସଭାପତି ସୁଶାନ୍ତ ପଗୋଲ, ଉଦିତ ଭାନୁ, ଜୀବନ ଟାକ୍ରି, ଟୁକୁନା ଖୋରା, ଦୟାନିଧି ସୁନା, ମୋଟିଲାଲ ହଂସ, ସୁଦର୍ଶନ ପେନ୍ଥିଆ ପ୍ରମୁଖ ଯୋଗ ଦେଇଥିଲେ ।
