ମନୋହର ଗାନ୍ଧାରୀ ହେଲେ ଯୋଜନା ବୋର୍ଡର ଅଧ୍ୟକ୍ଷ
ନବରଙ୍ଗପୁର : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ହେଲେ ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।ବିଧାୟକ ରନ୍ଧାରୀ ପୂର୍ବରୁ ନବରଙ୍ଗପୁର ବିଧାୟକ ଥିବାବେଳେ ସେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ । ନବରଙ୍ଗପୁର ଜିଲ୍ଲାର ଏକ ଚର୍ଚ୍ଚିତ ଚେହେରା ଓ ସର୍ବଦା ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସର୍ବଦା ଆଗ ଧାଡ଼ିରେ ନେତା ଭାବେ ବେଶ୍ ଜଣା ଶୁଣା । ସେ ଜିଲ୍ଲାର କଂଗ୍ରେସ୍ ର ଆଗଧାଡିର ନେତା ତଥା ପୂର୍ବତନ ବିଧାୟକ ଭୂଜବଳ ମାଝୀ ଙ୍କୁ ବହୁ ସଂଖ୍ୟା ରେ ପରାସ୍ତ କରି ଜିଲ୍ଲା ରେ ଚର୍ଚ୍ଚା କୁ ଆସିଥିଲେ । ପୂର୍ବରୁ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ଥିଲେ । ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ଏହି ପଦବୀ ଖାଲି ପଡିଥିଲା ।ଆଜି ବିଧାୟକ ରନ୍ଧାରୀ ଜିଲ୍ଲା ଯୋଜନା ବର୍ଡ ଅଧ୍ୟକ୍ଷ ହେଲା ପରେ ଏହାର ପୂର୍ଣ୍ଣଚେଦ ପଡିଲା । ଦଳ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ କୋଷାଗୁମୁଡା ଅଧ୍ୟକ୍ଷ ଉପାଧ୍ୟକ୍ଷ ଡାବୁଗାଁ ବ୍ଲକ୍ ଅଧ୍ୟକ୍ଷ ଉପାଧ୍ୟକ୍ଷ, ପାପଡାହାଣ୍ଡି ବ୍ଲକ୍ ଅଧ୍ୟକ୍ଷା ଉପାଧ୍ୟକ୍ଷ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।
