ବାହାନଗା : ବାହାନଗା ୟୁକୋବ୍ୟାଙ୍କ ପାଖ ୧୬ ନମ୍ବର ଜତୀୟ ରାଜପଥର ଏକ ଡାଇଭରସନରେ ଏକ ବାଇକକୁ ୧୦ଚକିଆ ଟ୍ରକ ଧକ୍କା ଦେବା ଫଳରେ ବାଇକ ପଛରେ ବସିଥିବା ସ୍ତ୍ରୀ ଲୋକ ଜଣକ ତଳେ ପଡ଼ିଯିବା ଫଳରେ ତାଙ୍କ ଉପରେ ଟ୍ରକଟି ଚଢ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ମୁତାବକ ବରଧନ୍ପୁର ଅଂଚଳର ସୁଶାନ୍ତ ମହାପାତ୍ର ଏବଂ ତାଙ୍କ ସ୍ତ୍ରୀ ମୋନାଲିସା ଏକ ବାଇକ ଯୋଗେ ଘରୁ ଜାମୁଝାଡ଼ି ଯାଉଥିଲେ । ବାହାନଗା ୟୁକୋବ୍ୟାଙ୍କ ପାଖ ୧୬ ନମ୍ବର ଜତୀୟ ରାଜପଥର ଏକ ଡାଇଭରସନରେ ତାଙ୍କ ବାଇକକୁ ପଛରୁ ଡବ୍ଲୁ ବି ୧୧ଇ ଏକ ଛଅ ଚାରି ଦୁଇ ନମ୍ବର ବିଶିଷ୍ଟ ଏକ ୧୦ ଚକିଆ ଟ୍ରକ ଧକ୍କାଦେବା ଫଳରେ ମୋନାଲିସା ତଳେ ପଡ଼ିଯାଇଥିଲେ । ଟ୍ରକଟି ମୋନାଲିସାଙ୍କମୁଣ୍ଡ ଉପରଦେଇ ଚଢ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ମୋନାଲିସାଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣା ପରେ ୧ଘଂଟା କାଳ ଗାଡ଼ି ଚଳାଚଳ ବନ୍ଦ ହୋଇ ରହିଥିଲା । ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ପଠାଇବା ପରେ ଗାଡ଼ି ଚଳାଚଳ କରିଥିଲେ । ଗତ ଶୁକ୍ରବାର ଦିନ ସେହି ଯାଗାରେ ଦୁର୍ଘଟଣା ଜଣଙ୍କ ମୃତ୍ୟୁ ପରେ ଆଜିର ଘଟଣା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
Post Views: 58,833