ବାଲିଆପାଳ ବ୍ଲକ ଓଡିଶା ଆଦର୍ଶ ବିଦ୍ଯାଳୟ ଏକାଡେମିକ ବିଲଡିଂର ଶୁଭ ଉଦଘାଟନ। ମେକଇନ ଓଡିଶା କନକ୍ଲେଭରୁ ଭିଡିଓ କନ୍ଫରେନ୍ସିଂରେ ଉଦଘାଟନ କଲେ ମୁଖ୍ଯମନ୍ତ୍ରୀ
ବାଲିଆପାଳ: ବାଲିଆପାଳ ବ୍ଲକର ବଳରାମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ଯାଳୟର ଏକାଡେମିକ ବିଲଡିଂର ଉଦଘାଟନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି ।ମେକ ଇନ ଓଡିଶା କନକ୍ଲେଭ ୨୦୨୨ ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ଯମରେ ଏହାର ଉଦଘାଟନ କରିଛନ୍ତି ।ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ବାଲିଆପାଳ ବିଡିଓ ବିନୋଦ କୁମାର ପଣ୍ତା, ତହସିଲଦାର ଦୀପକ କୁମାର ଦାଶ , ବ୍ଲକ ଶିକ୍ଷାଅଧିକାରୀ ସୁଧାଂଶୁ ଶେଖର ଜେନା , ସହକାରୀ ବ୍ଲକ ଶିକ୍ଷାଅଧିକାରୀ ନମିତା ପ୍ରଭା ସାମଲ , ଆରତୀ ଭୂୟାଁ , ଓଡିଶା ଆଦର୍ଶ ବିଦ୍ଯାଳୟ ବଳରାମପୁରର ଅଧ୍ଯକ୍ଷ ଜୟଶ୍ରୀ ତିରିଆ , ଗ୍ରାମ୍ଯ ଉନ୍ନୟନ ବିଭାଗର ଏସଡିଓ ଅବନୀ ରାଉତଙ୍କ ସମେତ ଆଦର୍ଶ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
