ପିସି କାରବାରର ଚରମ ସୀମାରେ ବାହାନଗା ବ୍ଲକ ଘୁଙ୍ଗୁଡ଼ି ମାରୁଛନ୍ତି ସରକାରୀ ବାବୁ, କାମ ଦଉନି ସରକାରଙ୍କ ୫ଟି ଛାଟ
ବାହାନଗା : ବିଶୃଙ୍ଖଳିତ ଏବେ ବାହାନଗା ବ୍ଲକ । କାମ ଦେଉନି ସରକାରଙ୍କର ୫ଟି ଛାଟ । ଏମିତି ଲାଗୁଛି ଯେମିତି ସରକାରଙ୍କର ୫ଟି ବାଡ଼ି ପାଉନାହିଁ ବାହାନଗା ବ୍ଲକକୁ ଅଥବା ବାହନଗା ବ୍ଲକ ଓଡ଼ିଶାରୁ ବାହାରେ ଅଥବା ବାହାନଗା ବ୍ଲକକୁ ସରକାର ଦୁର୍ନିତି ପାଇଁ ଯେମିତି ସ୍ୱୀକୃତି ଦେଇଛନ୍ତି । ଛୋଟ କାମଟେ ପାଇଁ ମଧ୍ୟ ସାଧାରଣ ଲୋକେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ବ୍ଲକ ଧାଇଁ ଧାଇଁ ଜୋତା ଛିଡ଼ିଯାଉଛି । ବାବୁଙ୍କ ପାଖରେ କିଛି ଭୋଗ ଲଗେଇଲେ ଯାଇ ବାବୁଙ୍କ ନିଦ ଭାଙ୍ଗିବା ସହ କାର୍ଯ୍ୟରେ ଅଗ୍ରଗତି ହେଉଛି । ଏ ହାତରେ ଦିଅ ସେ ହାତରେ ନିଅ ନୀତି ଆପଣେଇଛନ୍ତି ସରକାରୀ ବାବୁମାନେ । ବାହାନଗା ବ୍ଲକରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୁର୍ନିତି ପଦାକୁ ଆସୁଥିଲେ ମଧ୍ୟ ଫରକ ପଡ଼ୁନି ବ୍ଲକର ସରକାରୀ ବାବୁ ମାନଙ୍କୁ । କାହା ସାହାସରେ କାହା ଛତ୍ରଛାୟା ତଳେ ରହି ଦୁର୍ନିତି କରିବାକୁ ପ୍ରତ୍ସୋହିତ ହେଉଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରୀ ଅଫିସକୁ ବାବୁମାନେ ରୋଷେଇ ଏବଂ ଶୋଇବା ଘର କରିସାରିଲେଣି । ଏବେ ନିକଟରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ବାହାନଗା ବ୍ଲକରେ ଏକାଉଂଟ ଅଧିକାରୀ ବାବୁ ସଂଜୀବ ଛତରଙ୍କ କ୍ଷେତ୍ରରେ । କାର୍ଯ୍ୟଳୟରେ ମଧ୍ୟାନ୍ନ ଭୋଜନର ସମୟ ମଧ୍ୟାହ୍ନ୧.୩୦ ରୁ ୨ଟା ପର୍ଯ୍ୟନ୍ତ ଥିଲାବେଳେ ବାବୁ ଆମର ଅପରାହ୍ନ ୩.୫୫ ସମୟରେ ଅଫିସରେ ବସି ଘୁଙ୍ଗୁଡ଼ି ମାରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ଅଫିସରେ ଶୋଇବା ଖଟର ମଧ୍ୟ ବ୍ୟବସ୍ଥା ରଖିଛନ୍ତି ବାବୁ ଜଣକ । ଅଫିସ ଗୃହରେ ରୋଷେଇ ସରଂଜାମ ମଧ୍ୟ ରଖିଛନ୍ତି ସେ । ଯେମିତି ବାବୁଙ୍କୁ ଆମର ଖାଇବା ଶୋଇବାରେ ଅସୁବିଧା ନହୁଏ ସେସବୁକୁ ଧ୍ୟାନରେ ରଖିଛନ୍ତି ବାବୁ ଜଣକ । ବାବୁ ଛତର ପିସି ନେବାରେ ମଧ୍ୟ ପଛଘୁଂଚା ଦେଇ ନାହାନ୍ତି । ବାବୁଙ୍କ ପାଖକୁ କିଛି କାମରେ ଗଲେ ଭୋଗ ଲଗେଇବାକୁ ପଡ଼ୁଛି ବାବୁଙ୍କ ପାଖରେ । ବିନା ଭୋଗରେ ଫାଇଲ ଆଗକୁ ବଢ଼ୁନାହିଁ । ବାହନଗା ବ୍ଲକକୁ କେବଳ ଭଗବାନ ଭରଷା । ଏହି ବ୍ଲକର ପ୍ରତ୍ୟେକ ବିଭାଗରେ ଦୁର୍ନିତିର ପାଣି ଗଳୁଥିବା ଦେଖିବାକୁ ମିଳୁଛି । ଏହି ସବୁ ଘଟଣା ପାଇଁ ସାଧାରଣ ଲୋକେ କାହା ପାଖରେ ଅଭିଯୋଗ କରିବେ ବୁଝାପଡ଼ୁନି । ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେମଧ୍ୟ ଫଳ ଶୂନ । ସରକାରଙ୍କ ୫ଟିର ପ୍ରଭାବ ମଧ୍ୟ ଶୂନ । ସାଧାରଣ ଲୋକଙ୍କୁ ପୁକମାଛି ଭଳି ବ୍ୟବହାର କରୁଛନ୍ତି ବ୍ଲକର ଅଧିକାରୀମାନେ । ବାହାନଗା ବ୍ଲକକୁ ଦେଖି ଜଣାପଡ଼ୁଛି ସତରେ କଳିଯୁଗ ସରିବାକୁ ବସିଲାଣି । କେବେ ସୁଧୁରିବ ବାହାନଗା ବ୍ଲକ, ସାଧାରଣ ଲୋକେ ଏବେ ଚିନ୍ତାରେ ।
