ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜନିତ ସର୍ଭେ
ପଛୁଆ ବର୍ଗଭାବେ ତାଲିକା ଭୁକ୍ତ ୨୦୮ ପ୍ରକାର ବର୍ଗର ଲୋକ
ଭଦ୍ରକ : ଆଗାମୀ ମଇ ୧ ତାରିଖରୁ ଆରମ୍ଭ ହୋଇ ମଇ ୨୦ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଓଡ଼ିଶାର ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରାଯିବ । ମଇ ୨୧ ରୁ ୨୭ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଲାଗି ସ୍ପେଶାଲ୍ ଡ଼୍ରାଇଭ୍ କରାଯିବ । ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଏହି ସର୍ଭେ କରାଯିବ । ଭଦ୍ରକ ଜିଲ୍ଲାରେ ଏହି ସର୍ଭେ କାର୍ଯ୍ୟକୁ ସଠିକ୍ ଓ ସୁଚାରୁରୂପେ ସମ୍ପାଦନ କରାଯିବା ପରିପ୍ରେକ୍ଷୀରେ ଗତ ୪-୪-୨୩ରିଖ ମଙ୍ଗଳବାର ଜିଲ୍ଲାସ୍ତରୀୟ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ପରେ ଆଜି ଜିଲ୍ଲାର ସମସ୍ତ ୭ଟି ବ୍ଲକ୍ ଓ ୪ଟି ପୌର ପରିପରିଷଦ ପ୍ରଶାସନ ଦ୍ୱାରା ସର୍ଭେ ପାଇଁ କ୍ଷେତ୍ର ସ୍ତରରେ କାର୍ଯ୍ୟକରିବାକୁ ଥିବା ଏନୁମରେଟର ଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦଫାରେ ଆୟୋଜିତ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ବ୍ଲକ ଓ ପୌରସ୍ତରୀୟ ମାଷ୍ଟର ଟ୍ରେନର ମାନେ ତାଲିମ୍ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତାଲିମ ଗ୍ରହଣ କରିଥିବା ବି.ଡ଼ି.ଓ. ତଥା ନୋଡ଼ାଲ ଅଧିକାରୀମାନେ ନିଜ ନିଜ ବ୍ଲକ୍ରେ ଏବଂ ପୌର ନିର୍ବାହୀ ଅଧିକାରୀ ତଥା ପୌର ନୋଡ଼ାଲ ଅଧିକାରୀମାନ ନିଜ ନିଜ ପୌର ପରିଷଦରେ ଅନୁଷ୍ଠିତ ଆଜିର ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ତାଲିମ୍ ପ୍ରଦାନ କରିଥିଲେ । ତହସିଲଦାର, ଏ.ବି.ଡ଼ି.ଓ ମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାକୁ ତଦାରଖ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଧାମନଗର ବ୍ଲକ୍, ଧାମନଗର ଏନ୍.ଏ.ସି. ଭଣ୍ଡାରିପୋଖରୀ ଏବଂ ତିହିଡ଼ି ବ୍ଲକ୍ ଗସ୍ତକରି ଏହି ବ୍ଲକ୍ ଓ ପୌରସ୍ତରୀୟ ତାଲିମ୍ ପ୍ରଦାନ କାର୍ଯ୍ୟକୁ ତଦାରଖ କରିଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଭଦ୍ରକ ବ୍ଲକ, ଭଦ୍ରକ ପୌରପରିଷଦ ଓ ବନ୍ତ ବ୍ଲକ୍କୁ ଯାଇ ତାଲିମ ପ୍ରଦାନ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର ଚାନ୍ଦବାଲି ବ୍ଲକ୍ ଓ ଚାନ୍ଦବାଲି ଏନ୍.ଏ.ସି.ରେ ଆୟୋଜିତ ତାଲିମ ପ୍ରଦାନ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ବାସୁଦେବପୁର ବ୍ଲକ୍ ଓ ବାସୁଦେବପୁର ପୌର ପରିଷଦରେ ଅନୁଷ୍ଠିତ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ ସର୍ଭେ କାର୍ଯ୍ୟ ପାଇଁ ଏନୁମରେଟର ଭାବେ କାର୍ଯ୍ୟଭାର ନେବାକୁ ନିୟୋଜିତ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ଅଙ୍ଗନବାଡ଼ି କର୍ମୀ, ପୌରାଞ୍ଚଳର ଟ୍ୟାକ୍ସ କଲେକ୍ଟର ଓ ୱାର୍ଡ଼ ଅଫିସରମାନେ ପ୍ରଶିକ୍ଷାର୍ଥୀ ଭାବେ ଏଥିରେ ଉପସ୍ଥିତ ରହି ତାଲିମ୍ ଗ୍ରହଣ କରିଥିଲେ । ସେହିପରି ସୁପରଭାଇଜର ଦାୟୀତ୍ୱ ନେବା ପାଇଁ ନିୟୋଜିତ ଗ୍ରାମାଞ୍ଚଳରେ ଆଇସିଡ଼ିଏସ୍ ସୁପରଭାଇଜର ମାର୍କେଟିଂ ଇନିସ୍ପେକ୍ଟର, ଗ୍ରାମ ପଞ୍ଚାୟତ ଏକ୍ସଟେନସନ୍ ଅଫିସର, ପ୍ରୋଗେସ୍ ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନ୍ସନ ଅଫିସର, ବ୍ଲକ୍ ସୋସିଆଲ ସିକ୍ୟୁରିଟ୍ ଅଫିସର ସେହିପରି ପୌରାଞ୍ଚଳ ପାଇଁ ପୌରାଞ୍ଚଳର ଆଇ.ସି.ଡ଼ି.ଏସ୍ ସୁପରଭାଇଜର, ମର୍କେଟିଂ ଇନିସ୍ପେକ୍ଟର, ଜୋନ୍ ଅଫିସରମାନେ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟକି ଏହି ସର୍ଭେ କାର୍ଯ୍ୟ ପାଇଁ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ ବା ଯେ କୌଣସି ସରକାରୀ ଅନୁଷ୍ଠାନରେ ସର୍ଭେ ସେଣ୍ଟର ଖୋଲାଯିବ ।
