ଗଞ୍ଜେଇ ଯୋଗାଇବା ଅଭିଯୋଗରେ ଜଣେ ଗିରଫ
ଜୟପୁର : ଗଞ୍ଜେଇ ଚାଷ କରି ଯୋଗାଇବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଆନ୍ଧ୍ର ପ୍ରଦେଶର ଜାନେରୁ ଗ୍ରାମର କେ ରାବଣା ମୁର୍ତି । ପୋଲିସ ସୁଚନା ଅନୁଯାଇ ଗତ କାଲି ଗଞ୍ଜେଇ କିଣିବୁକା ଯାଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ରାଜସ୍ତାନର ଗୋପାଳ ଲାଲ ଜାଟ, ଗୋପାଳ ଲାଲ ଗୁଜର କୁ ଗିରଫ କରିଥିଲା । ସେ ମାନଙ୍କ ବୟାନ ଆଧାରେ ଆଜି ଆନ୍ଧ୍ର ପ୍ରଦେଶର ଜାନେରୁ ଗ୍ରାମରୁ କେ ରବାଣା ମୁର୍ତିକୁ ଗିରଫ କରିଛି । ଅଭିଯୁକ୍ତ କେ ରାବଣା ଗଞ୍ଜେଇ ଚାଷ କରି ଯୋଗାଇବା ଅଭିଯୋଗ ରେ ଗିରଫ କରି ଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି । । ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ପୋଲିସ ପେଟ୍ରୋଲି କରୁଥିବା ବେଳେ ପାତ୍ରପୁଟ, କୋଟା ଛକ ଦେଇ ଆନ୍ଧ୍ର କୁ ଏକ ସିପ୍ଟ କାର ଯାଉଥିବା ବେଳେ ପୋଲିସ ପାତ୍ରପୁଟ ନିକଟରେ ସନ୍ଦେହରେ ଯାଂଚ କରିଥିଲା । ସେଥିରୁ ୨ ଲକ୍ଷ ୫୦ ହଜାର ଟଙ୍କା କାରରୁ ଜବତ କରିଥିଲା । ଜବତ କରି ପୋଲିସ ତଦନ୍ତ ଆରମ୍ବ କରିଥିଲା । ତଦନ୍ତ ରୁ ଜାଣିବାକୁ ପାଇଲା ଯେ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ କ୍ରୟ କରିବାକୁ ଗିରଫ ଦୁଇ ଅଭିଯୁକ୍ତ ଯାଉଥିଲେ । ସେମାନେ ଆଗରୁ ଜଣେ ବ୍ୟକ୍ତିକୁ ଗଞ୍ଜେଇ ଚାଷ କରିବା ପାଇ ୧ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ପୋଲିସ ଆଗରେ ଅଭିଯୁକ୍ତ ମାନେ ବୟାନ ଦେଇଥିଲେ । ବୟାନ ଆଧାରରୁ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।
