ଗଞ୍ଜେଇ କିଣାବିକା ପାଇଁ ଯାଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ , ୨ ଗିରଫ
ଜୟପୁର : ଗଞ୍ଜେଇ କିଣିବୁକା ଯାଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରି ୨ ଜଣକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜସ୍ତାନର ଗୋପାଳ ଲାଲ ଜାଟ, ଗୋପାଳ ଲାଲ ଗୁଜର । ପୋଲିସ ସୁଚନା ଅନୁଯାୟୀ ଜୟପୁର ସଦର ପୋଲିସ ପେଟ୍ରୋଲି କରୁଥିବା ବେଳେ ପାତ୍ରପୁଟ, କୋଟା ଛକ ଦେଇ ଆନ୍ଧ୍ର କୁ ଯାଉଥିବାବେଳେ ପୋଲିସ ପାତ୍ରପୁଟ ନିକଟରେ ସିଫ୍ଟ କାରକୁ ସନ୍ଦେହରେ ଯାଂଚ କରିଥିଲା । ସେଥିରୁ ୨ ଲକ୍ଷ ୫୦ ହଜାର ଟଙ୍କା କାରରୁ ଜବତ କରିଥିଲା । ଜବତ କରି ପୋଲିସ ତଦନ୍ତ ଆରମ୍ବ କରିଥିଲା । ତଦନ୍ତ ରୁ ଜାଣିବାକୁ ପାଇଲା ଯେ ଆନ୍ଧ୍ର ପ୍ରଦେଶର ବନ୍ଦଭିଦି ଗ୍ରାମକୁ ଗଞ୍ଜେଇ କ୍ରୟ କରିବାକୁ ଗିରଫ ଦୁଇ ଅଭିଯୁକ୍ତ ଯାଉଥିଲୋ ସେ ମାନେ ଆଗରୁ ଜଣେ ବ୍ୟକ୍ତିକୁ ଗଞ୍ଜେଇ ଚାଷ କରିବା ପାଇ ୧ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ପୋଲିସ ଆଗରେ ଅଭିଯୁକ୍ତ ମାନେ ବୟାନ ଦେଇଥିଲେ । ଗିରଫ ଅଭିଯୁକ୍ତ ମାନେ ବାର ବାର ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ପୋଲିସ ମାମଲା ରୁଜୁ କରି ୨ ଅଭିଯୁକ୍ତ କୁ ଗିରଫ କରି ୨ଟି ମୋବାଇଲ, କାର, ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।
