ଚୋରି ମାମଲାରେ ଜଣେ ଗିରଫ
ଜୟପୁର : ଚୋରି ମାମଲାର ପର୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ହାଟପଦାର ସୁମିତ ଖରା । ପୋଲିସ ସୂଚନା ଅନୁଯାଇ ହାଟପଦାରେ ଥିବା ଏର ମିଲରୁ ଧାନ ଚୋରି ହୋଇଥିଲା । ଏ ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ହାଟପଦାରୁ ଅଭିଯୁକ୍ତକୁ ଗିରଫ କରି ତା ଠାରୁ ଚୋରି ହୋଇଥିବା ଶହେ ବସ୍ତା ଧାନକୁ ଜବତ କରିବା ସହ ପରିବହନରେ ବ୍ୟବହୃତ ହୋଇଥିବା ୨ଟି ଭ୍ୟାନକୁ ଜବତ କରାଯାଇଥିବା ଟାଉନ ଥାନା ଅଧିକାରି ସମ୍ବିତ ବେହେରା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।
