ବୁଢାଗଡିଆରେ ହାଟ ଉଦ୍ଘାଟନ ମନ ଖୁସିରେି ଜିନିଷ ବିକ୍ରି କଲେ ମହିଳା ଗୋଷ୍ଠୀ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନରେ ସୋମବାର ଦିନ ହାଟ ଲୋକାର୍ପୀତ ହୋଇ ଯାଇଛି । ବହୁଦିନ ର ଦାବୀ ପୁରଣ ହେଇାଥିବାରୁ ମହିଳା ଗୋଷ୍ଠୀ ଆଜି ଖୁସି ମନରେ ଜିନିଷ ବିକ୍ରି କରିଥିଲେ । ୧୧ଟି କ୍ଲଷ୍ଟର ସ୍ତରୀୟ ସଂଘ ମାଧ୍ୟରେ ୯୦ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜର ପ୍ରଥମ ଦୋକାନ ଖୋଲି ହାତ ତିଆରି ଜିନିଷ ବିକ୍ରି କରିଥିଲେ । ସୋମବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ହାଟର ଲୋକାର୍ପଣ କରିଛନ୍ତି । ମିଶନ ଶକ୍ତି ଗୃହ ସମ୍ମୁଖରେ ରାଧାସ୍ୱାମୀ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ସଭାରେ ବିଧାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମାତୃଶକ୍ତି ସର୍ବାଗ୍ରେ । ମା ମାନେ ଚାହିଁଲେ ପରିବାର ଓ ସମାଜର ଆର୍ଥୀକ ଓ ସାମାଜିକ ପ୍ରଗତି ହୋଇ ପାରିବ ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇ ଆସୁଥିବାର କହିଥିଲେ । ବିପିଏମ ନିହାର ରଞ୍ଜନ ଜେନା ଯୋଗ ଦେଇ ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାଧିନତା ଦେବାକୁ ପ୍ରତିଶୃତିବଦ୍ଧ । ଏଥିପାଇଁ ଯେଉଁ ମାନେ ଜିନିଷ ତିଆରି ପାଇଁ ମ୍ୟାସିନାରୀ ଚାହୁଁଛନ୍ତି ସେମାନଙ୍କୁ ସବସିଡି ରେ ଏହା ନେଇ ପାରିବେ । ଯାହା ଫଳରେ ସେମାନେ ବଜାର ମୂଲ୍ୟ ସହ ସମାନତା ରକ୍ଷା ପାରିବେ ବୋଲି କହିଥିଲେ । ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର,ଗୋବିନ୍ଦପୁର ସମିତିର ବୋର୍ଡ ସଭାପତି ରବିନ୍ଦ୍ର ନାଥ ବେହେରା,ସରପଞ୍ଚ ରଶ୍ମିବାଳା ବେହେରା,ସମିତି ସଭ୍ୟା ପାର୍ବତୀ ବାରିକ,ମହାସଂଘ ସଭାପତି ସସ୍ମିତା ପାତ୍ର,ସମ୍ପାଦିକା ମମତାରାଣୀ ଖଣ୍ଡା,ଏମବିକେ ରଶ୍ମିତା ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମହିଳା ଗୋଷ୍ଠୀ ଯେଉଁ ସମୟରେ ଯେଭଳି ସାହାଯ୍ୟ ଚାହିଁବେ ତାହା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ । ଯୁବନେତା ଅନନ୍ତ ପ୍ରସାଦ ବାରିକ ମଞ୍ଚ ପରିଚାଳନା କରିଥିଲେ । ଏହି ହାଟ ପ୍ରତ୍ୟେକ ମାସ ୧୪ତାରିଖରେ ଚଲାଇବାକୁ ନିଷ୍ପତ୍ତି ନିଆଯାଇଥିବାର ନିଷ୍ପତ୍ତି ନିଆଯାଇଛି ।
