ବାଲେଶ୍ୱର ମାରୱାଡ଼ି ମହିଳା ସମିତି ପକ୍ଷରୁ ନିଃଶୁଳ୍କ ମଧୁମେହ ରୋଗ ପରୀକ୍ଷା ଶିବିର
ବାଲେଶ୍ୱର : ବାଲେଶ୍ୱର ମାରୱାଡ଼ି ମହିଳା ସମିତି ପକ୍ଷରୁ ନିଃଶୁଳ୍କ ମଧୁମେହ ରୋଗ ପରୀକ୍ଷା ଶିବିର ସହରର କାଦ୍ରି ମହଲାରେ ଅନୁଷ୍ଠିତ ହୋଇଯାଇଛି । କାଉନସିଲର ମିରରାଜ ବାନୋ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ମାରୱାଡ଼ି ମହିଳା ସମିତିର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଶିବିରରେ ଆଖାପାଖ ଅଞ୍ଚଳର ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମଧୁମେହ ରୋଗ ବିଶେଷଜ୍ଞ ପରାମର୍ଶ ଦେଇଥିଲେ । ମାରୱାଡ଼ି ମହିଳା ସମିତି ସମ୍ପାଦିକା ସୋନାଲ ମୋଦି, କୋଷାଧ୍ୟକ୍ଷା ଗୀତା ସମୋନି, ସ୍ୱେତା ମୋର, ସାଲିନୀ ଖଣ୍ଡେଲୱାଲ, ସୁନୀତା ଖଣ୍ଡେଲୱାଲ ପ୍ରମୁଖ ଶିବିରକୁ ପରିଚାଳନା କରିବା ସହ ସାମ୍ପ୍ରତିକ ସମାଜରେ ବଢ଼ି ଚାଲିଥିବା ଡାଇବେଟିସ ରୋଗର ନିରାକରଣ ବାବଦ ଲୋକଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତା ୧୪ ତାରିଖର ବିଶ୍ୱ ଡାଇବେଟିସ ଦିବସ ଉପଲକ୍ଷେ ଏହି ଶିବିର ଆୟୋଜିତ ହୋଇଥିବା ସମ୍ପାଦିକା ସୋନାଲ ମୋଦି ସୂଚନା ଦେଇଥିଲେ ।
