ଲିଭଇନରେ ରହୁଥିଲେ ଯୁବତୀ, ଓଢ଼ଣୀ ଲଗାଇ କଲେ ଆତ୍ମହତ୍ୟା
ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ବଢୁଛି ଆତ୍ମହତ୍ୟା। ଅଟଳାର ସୁରେଖା ବାଟିକା ଆପାର୍ଟମେଣ୍ଟରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ପାହାଳ ଥାନା ଅନ୍ତର୍ଗତ ଅଟଳା ଠାରେ ଜଣେ ଯୁବତୀ ଭଡାରେ ରହୁଥିବା ବେଳେ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣଙ୍କ ନାମ ସୁଜାତା ରଥ ।
ଉକ୍ତ ଆପର୍ଟମେଣ୍ଟରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭଇନରେ ରହୁଥିଲେ । ଆଜି ସକାଳୁ ନିଜ ରୁମରେ ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ସହିଦ ନଗରରେ ନିଜ ବୟଫ୍ରେଣ୍ଡଙ୍କ ସହ ମିଶିକି ନିଜସ୍ୱ ଏକ ବ୍ୟବସାୟ କରୁଥିଲେ। ଫ୍ଲାଟରେ ନିଜ ବାପା ମାଆଙ୍କ ଅନୁମତିରେ ରହୁଥିଲେ ନିଜ ପ୍ରେମିକ ସହ। ମାତ୍ର ଗତ ୩ ଦିନ ହେବ ଆପାର୍ଟମେଣ୍ଟରେ ରହୁ ନ ଥିଲେ ପ୍ରେମିକ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପାହାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜହତ କରାଯଇ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଯାଇଛି ।
