ଗ୍ୟାସ୍ ବୋଝେଇ ଟ୍ରକକୁ ପିଟିଲା ବାଇକ୍, ବାଇକ୍ ଚାଳକଙ୍କ ମୃତ୍ୟୁ
ଖୋର୍ଦ୍ଧା : ଗ୍ୟାସ୍ ବୋଝେଇ ଟ୍ରକକୁ ପିଟିଲା ବାଇକ୍ । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ପାଟବନ୍ଦ ଗ୍ରାମର ମନ୍ମଥ ରାଉତରାୟ । ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ବୋଲଗଡ କଲେଜ ଗେଟ୍ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗ୍ୟାସ୍ ବୋଝେଇ ଟ୍ରକକୁ ବାଇକ ଧକ୍କା ଦେଇଛି । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ଖବର ପାଇ ନିକଟସ୍ଥ ଗ୍ରାମବାସୀ ଓ ବୋଲଗଡ ପୋଲିସ ସେଠାରେ ପହଂଚି ଆହତ ମନ୍ମଥଙ୍କୁ ପ୍ରଥମେ ବୋଲଗଡ ଗୋଷ୍ଠୀକେନ୍ଦ୍ରରେ ଭର୍ତି କରିଥିଲେ । ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୋଲଗଡ଼ ପୋଲିସ ଦୁର୍ଘଟଣାଗସ୍ତ ଟ୍ରକ୍ ଓ ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
