କାନ୍ଥ ପଡ଼ି ୪ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ
ଘଟଗାଁ : କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବୁଢାଖମଣ ଗ୍ରାମ ହାତିମରା ସାହିରେ ଦୁଃଖଦ ଘଟଣା । କାନ୍ଥ ପଡ଼ି ଜଣେ ୪ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ । ମୃତକ ଜଣଙ୍କ ହେଲେ ମୁନା ମୁଣ୍ଡାଙ୍କ ଶିଶୁପୁତ୍ର କରୁଣା ମୁଣ୍ଡା ବୋଲି ଜଣାପଡିଛି ।
ସୂଚନା ଯେ, ପ୍ରତ୍ୟେକ ଦିନ ପରି ଶୁକ୍ରବାର ରାତିରେ ବାପା-ମା’ଙ୍କ ସହିତ ଶୋଇଥିଲେ କରୁଣା । ତେବେ ଶୋଇଥିବା ବେଳେ ପ୍ରାୟ ରାତି ୪ଟା ସମୟରେ କାନ୍ଥ ଭୁଶୁଡି ସିଧା କରୁଣାଙ୍କ ମୁହଁ ଉପରେ ପଡିଥିଲା । ଘଟଣାସ୍ଥଳରେ ହିଁ ପିଲାଟି ଚିତ୍କାର କରି ମୃତ୍ୟୁ ହୋଇଯାଇଥିଲା । ମୃତ ଶିଶୁପୁତ୍ରର ବୟସ ୪ ବର୍ଷ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
