ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ
କେନ୍ଦୁଝର : କେନ୍ଦୁଝର ଜିଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ । ଲୁହା ଚାଦର ବୋଝେଇ ଟ୍ରକ୍କୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକ୍ରେ ନିଆଁ ଲାଗିଯାଇଥିଲା। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ ।
ସୂଚନା ଯେ, ଶୁକ୍ରବାର ଭୋର ୪ଟା ସମୟରେ ଦୁଇଟି ଟ୍ରକ୍ କଲିକୋତା ଅଭିମୁଖେ ଯାଉଥିଲା। ମହୁଲଡିହା ଗାଁ ନିକଟରେ ଲୁହା ଚାଦର ବୋଝେଇ ଟ୍ରକ୍କୁ ଆଲୁମିନିୟମ ବୋଝେଇ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ପରେ ଆଲୁମିନିୟମ ବୋଝେଇ ଟ୍ରକ୍ରେ ନିଆଁ ଲାଗିଯାଇଥିଲା। ଫଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପୋଲିସ ଓ ଅଗ୍ନୀଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ମୃତ ଡ୍ରାଇଭରକୁ ଉଦ୍ଧାର କରିଥିଲେ ।
