ନିରନ୍ତର ବିକାଶ ଲକ୍ଷ୍ୟ ରେ ୨୦୩୦ କାର୍ଯ୍ୟସୂଚୀ ଯୋଜନାର ରୂପାୟନ ନିମନ୍ତେ ୨ଦିନିଆ ପ୍ରଶିକ୍ଷଣ ଶିବିର
ବାରିପଦା : ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମୟୁରଭଂଜ ଜିଲ୍ଲା ପ୍ରଶାସନ ଏବଂ ଯୋଜନା ଓ ସଂଯୋଜନା ବିଭାଗ ଦ୍ୱାରା ଆୟୋଜିତ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟ ରେ ୨୦୩୦ କାର୍ଯ୍ୟସୂଚୀର ସଫଳ ରୂପାୟନ ସମ୍ପର୍କିତ ଏକ ୨ ଦିନିଆ ପ୍ରଶିକ୍ଷଣ ଶିବିରକୁ ମୟୁରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରି ସରକାର ଙ୍କ ପ୍ରତ୍ୟେକ ବିଭାଗ ନିରନ୍ତର ବିକାଶ ଧାରାରେ ସାମିଲ ହୋଇ ଆଗାମୀ ପିଢୀଙ୍କୁ ଲକ୍ଷରେ ରଖି ସୀମିତ ସାଧନକୁ ସୁବ୍ୟବସ୍ଥିତଚ ଭାବରେ ଉପଯୋଗ କରିବା ପାଇଁ ପ୍ରଯତ୍ନ କରିବାକୁ ପରାମର୍ଶ ଦେଇଥିଲେ । ଏହି ନିରନ୍ତର ବିକାଶ ଧାରାର ଶତ ପ୍ରତିଶତ ଉପଲବ୍ଧି ପାଇଁ ଗ୍ରାମ ପଂଚାୟତ ସ୍ତରରୁ ରାଜ୍ୟ ସ୍ତର ତଥା ରାଜ୍ୟ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଉଦ୍ୟମ ଓ ସମନ୍ୱୟର ଆବଶ୍ୟକ ରହିଥିବା ବେଳେ, ତାହା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଙ୍କ ଯୋଜନା ହେଉ ପ୍ରତ୍ୟେକ ଯୋଜନା ରେ ଅନ୍ତର୍ଭୁକ୍ତ ହେବାକୁ ଥିବା ହିତାଧିକାରୀଙ୍କ ମଧ୍ୟରୁ ଜଣେ ମଧ୍ୟ ସମ୍ପୃକ୍ତ ଯୋଜନାରୁ ବାଦ ନପଡନ୍ତି ସେଥି ପ୍ରତି ତୀକ୍ଷ୍ଣ ଧ୍ୟାନ ଦେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ । ଉକ୍ତ ବୈଠକ ରେ ଯୋଜନା ଓ ସଂଯୋଜନା ବିଭାଗ ଯୁଗ୍ମ ସଚିବ ତଥା ଏସ.ଡି.ଜି. ର ନୋଡାଲ ଅଫିସର ମନିଷ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜ଼ିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଟିମ ଲିଡର ତଥା ଏସ.ଡି.ଜି.ଟି.ଏମ. ୟୁ. ସୁନ୍ଦର ନାରାୟଣ ମିଶ୍ର, ଏସ.ଡି.ଜି. ର ସହକାରୀ ନିର୍ଦେଶକ ଉପାସନା ମହାପାତ୍ର ପ୍ରମୁଖ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ବ୍ଲକ ଅଧିକାରୀ ମାନେ ଉକ୍ତ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ ।
