୫ମ ମୟୁରଭଞ୍ଜ ମହୋତ୍ସବ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୁରଭଞ୍ଜ ମହୋତ୍ସବ । ୫ମ ବର୍ଷରେ ପଦାର୍ପଣ କରିଛି ମୟୁରଭଞ୍ଜ ମହୋତ୍ସବ । ଏଥିପାଇଁ ସମଗ୍ର ଜିଲ୍ଲା ଏବେ ଉତ୍ସବ ମୁଖର । ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ କାରନିଭାଲ ସୋ । ମୟୁରଭଞ୍ଜ ଜିଲ୍ଲାପାଳ , ଏସ୍ପି ଏବଂ ମୟୁରଭଞ୍ଜ ରାଣୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ । ନଭେମ୍ବର ୨୧ ତାରିଖରୁ ଆସନ୍ତା ୭ ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଓଡ଼ିଆ ସିନେ ଜଗଗତର ସୁପାରଷ୍ଟାର ଉମ ମହାନ୍ତି, ବାବୁସାନ, ଅସିତ ପତି, ପପୁ ପମପମ୍, ସ୍ୱରାଜ ବାରିକ, ସନ୍ମିରା, ଅନିମେଶ ଘୋଷ, ଗାୟକ ମଣ୍ଟୁ ଛୁରିଆ, ସ୍ୱୟଂ ପାଢୀ,ଅର୍ପିତା ଚୌଧୁରୀ ପ୍ରଖୁମ ବହୁ ନାମିଦାମୀ କଳାକାର ଏହି ମରେ କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନର ଖୋରାଖ ଯୋଗାଇବେ । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ଅବା ଭୁଲିବ କିଭଳି ଏହି ମୟୁରଭଞ୍ଜ ମହୋତ୍ସବ । ଏଥିପାଇଁ ପ୍ରସ୍ତୁତ ହୋଇଛି ୨ ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୟୁରଭଞ୍ଜ ଜିଲ୍ଲାର ସାନ୍ତାଳୀ କଳାକାରଙ୍କ ସମେତ ଝାରଖଣ୍ଡ, ବିହାର, ପଶ୍ୱିମବଙ୍ଗ ଓ ଆସାମର ସାନ୍ତାଳୀ କଳାକର ମଙ୍ଗଲ ହାଁସଦା, କଳ୍ପନା ହାଁସଦା, ମଧୁସ୍ମିତା ସୋରେନ ମୁର୍ମୁ, ମଲ୍ଲୀ ହେମ୍ବ୍ରମ, ଡୁଗର ଟୁଡୁ, ଲକ୍ଷ୍ମଣ ସୋରେନ ପ୍ରମୁଖ ଯୋଗ ଦେଇ ନିଜ କଳା ମାଧ୍ୟମରେ ଜିଲ୍ଲାବସୀଙ୍କୁ ବିମୋହିତ କରିବେ । ସେହିଭଳି ଜିଲ୍ଲାର ଝୁମର କଳାକାରଙ୍କ ସମେତ ପ୍ରତିଷ୍ଠିତ ଗାୟୀକା ଉର୍ମିଳା ମହାନ୍ତଙ୍କ ସ୍ୱରର ତାଳରେ ଝୁମିବେ ଦର୍ଶକ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଆୟୋଜକ କମିଟି । ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲା ମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ମହୋତ୍ସବରେ ମୟୁରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ,ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ୧୫୦ ରୁ ଉର୍ଦ୍ଧ ଷ୍ଟଲ ଖୋଲିବ ଏହି ମହୋତ୍ସବରେ । ପ୍ରତିଦିନ ସନ୍ଧ୍ୟା ୫ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା କହିଛନ୍ତି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନର ବ୍ୟବସ୍ଥା କରାଯାଇଛି ମହୋତ୍ସବରେ । ମୟୁରଭଞ୍ଜ ଜିଲ୍ଲାର ପୁରୁଣା ସ୍ମୃତିକୁ ସାଉଁଟି ସେଲ୍ଫି ଜୋନ ପ୍ରସ୍ତୁତ କରିବାକୁ ଏକ ନିଆରା ପ୍ରୟାସ କରିଛି ମୟୁରଭଞ୍ଜ ମହୋତ୍ସବ ଆୟୋଜକ କମିଟି ।
ଏଥିସହିତ ୨୦ ତାରିଖ ସକାଳ ୧୦ଟା ରୁ ୧୨ ଟା ମଧ୍ୟରେ ଏକ ସ୍ୱତନ୍ତ୍ର ଚିତ୍ରକଳା ପ୍ରତିଯୋଗିତା ର ଆୟୋଜନ କରାଯାଇଛି । ଏଥିରେ ମୟୁରଭଞ୍ଜ କଳା-ସଂସ୍କୃତି, ଐତିହ-ପରମ୍ପରା ଓ ଲୋକକଳା କୁ ନେଇ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ନିଜ ଚିତ୍ରକଳାର ଶ୍ରେଷ୍ଠତା ପ୍ରଦର୍ଶନ କରିବେ । କୃତୀ କାଳାକାର ମାନଙ୍କୁ ମହୋତ୍ସବ ମଞ୍ଚରେ ପୁରସ୍କାର ସହିତ ସମ୍ମାନିତ କରାଯିବ । ଆଜିର ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ସଭାପତି ଅସିତ ପତି, କାର୍ଯ୍ୟକାରୀ ସଭାପତି ସଞ୍ଜୀବ ଦ୍ୱିବେଦୀ, ଉପ ସଭାପତି ସୁଜିତ ମହାନ୍ତି, ଉମେଶ ପଟ୍ଟନାୟକ, ପ୍ରସନ୍ନ ମହାପାତ୍ର, ସାଧାରଣ ସାମ୍ପାଦକ କଳିଙ୍ଗ କେଶରୀ ଜେନା, କାର୍ଯ୍ୟକାରୀ ସମ୍ପାଦକ ବିପ୍ଲବ ଭଞ୍ଜନ ବୁଗୁଡେଇ, ନାଟ୍ୟ ସମ୍ପାଦକ ଲଡୁକେଶ୍ୱର ରଣା, କାର୍ଯ୍ୟକ୍ରମ ସଂଯୋଜକ ତାପସ ପାଢୀ ଓ ମିଡିଆ ସେଲର ସମ୍ପାଦକ ସତ୍ୟଜିତ ସୋମ ପ୍ରମୂଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମ କୁ କାର୍ଯ୍ୟକାରିଣୀ ସଦସ୍ୟ ନିମାଇଁ ତ୍ରିପାଠୀ ଓ ରାକେଶ ବେହେରା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ମହୋତ୍ସବ କମିଟୀ ର ସଞ୍ଜୟ ଚୌଧୁରୀ, ଅଭିଜିତ ମହାନ୍ତି,ସୌମ୍ୟ ରଞ୍ଜନ ପଟ୍ଟନାୟକ,ଅମିତାଭ ସାହୁ, ତରୁଣ ମହାନ୍ତି ,ରାକେଶ ସିଂ,ଜିତେନ୍ଦ୍ର ହେମ୍ବ୍ରମ,ଶୁଭମ ପାଣି,ରାଜୀବ ଜେନା, ଅରୁଣ ବରାଡ଼,ସୁନୀଲ ନାୟକ, ରାଜେଶ ଦାଶ, ଧନଞ୍ଜୟ ସାହୁ, ପୁରୁଷୋତ୍ତମ ଅଗ୍ରୱାଲ, ରାକେଶ ମହାନ୍ତି,ଅଂଶୁମାନ ଦାସ,ସାମନ୍ତ ଶେଖର ପାଲ, ସୌମ୍ୟରଞ୍ଜନ ମିଶ୍ର,ବଳରାମ ରଣା ପ୍ରମୁଖ ଉପସ୍ଥିତ ଥିଲେ ।
