ଜାତୀୟସ୍ତର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ନିତେଶ ଙ୍କ ସ୍ୱନ୍ନ ପଦକ ହାସଲ
ବାରିପଦା : ଚଳିତ ମାସ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଲିକତା ର ଖୁଦିରାମ ଅନୁଶୀଳନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟସ୍ତର (୧୧ ତମ ଇଷ୍ଟଜୋନ ଚମ୍ପିଆନସିପ-୨୦୨୨ ) ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ନିତେଶ ବାରିକ ଓଡିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରି ୫୫ କେଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱନ୍ନ ପଦକ ହାସଲ କରିଛନ୍ତି । ସୂଚନା ଯୋଗ୍ୟ କି ନିତେଶ ଚଳିତ ବର୍ଷ ମାର୍ଚ ମାସ ୧୧ ତାରିଖରୁ ୧୩ ତାରିଖ ପର୍ଯର୍୍ୟନ୍ତ ସିକିମ ର ଗ୍ୟାଙ୍ଗଟକ ଠାରେ ଅନୁଷ୍ଠିତ ହୋଇଥିବା ୧୧ ତମ ଫେଡେରେସେନ କପ-୨୦୨୨ ରେ ଓଡିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରି ସ୍ୱନ୍ନ ପଦକ ଲାଭ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ନିତେଶ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପଦକ ସଫଳତା ଲାଭ କରିଛନ୍ତି । ତାଙ୍କର ଏହି ସଫଳତା କୁ ନେଇ ମୟୁରଭଞ ଜିଲା କ୍ରୀଡା ମହଲରେ ଆନନ୍ଦ ର ଲହରୀ ଖେଳିଯାଇଅଛି । ନିତେଶ ବାରିପଦା ସ୍ଥିତ ମୟୁରଭଞ ଜିମ୍ନାସିୟମ ର ସଦସ୍ୟ ଅଟନ୍ତି । ଏହିପରି ସଫଳତା ର ବଜାୟଧାରା ଅବ୍ୟାହତ ଜାରିରଖିଥିବାରୁ ନିତେଶ ଙ୍କୁ ଓଡିଶା ରାଜ୍ୟ ବଡି ବିଲଡିଙ୍ଗ ଏସୋସିଏସନର ସଂପାଦକ ପ୍ରସନ ମହାସୂର , ମୟୁରଭଞ ବଡି ବିଲ୍ଡିଂ ଏସୋସିଏସନ ସଂପାଦକ ତଥା ମୟୁରଭଞ ଜିମ୍ନାସିୟମ ର ସଂପାଦକ ନବ କୁମାର ସାହୁ , ସଭାପତି ଗିରିଶ ଚନ୍ଦ୍ର ଦାସ , କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ମହାନ୍ତି , ମୟୁରଭଞ ଆଥଲେଟିକ ଏସୋସିଏସର ସଂପାଦକ ବିଜୟ କୁମାର ଦାସ , ସଦସ୍ୟ ରାଜେନ୍ଦ୍ର କୁମାର ପରିଡା, ସୁମିତ କୁମାର ସାହୁ , ସତ୍ୟବ୍ରତ ବେହେରା , ଦେବୀ ସିଂ ପ୍ରମୁଖ ଙ୍କ ସମେତ ବିଭିନ୍ନ କ୍ରିଡା ସଂଗଠନ ମାନଙ୍କ ପକ୍ଷରୁ ନିତେଶ ଙ୍କୁ ଶୁଭେଛା ଜ୍ଞାପନ କରାଯାଇଅଛି ।
