‘ନିପା ଭାଇରସ୍’ରେ ଆକ୍ରାନ୍ତ ୧୨ବର୍ଷୀୟ ବାଳକ ମୃତ
କେରଳ : କେରଳର କୋଝିକୋଡ଼ରେ ନିପା ଭାଇରସ ଆତଙ୍କ । ‘ନିପା ଭାଇରସ୍’ରେ ଆକ୍ରାନ୍ତ ହୋଇଥିବା ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ମଧ୍ୟ ହୋଇଛି । ଚିକିତ୍ସା ପାଇଁ ପିଲାଟିକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ଦିନ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲେ । ତେବେ ରବିବାର ଭୋର୍ ୫ଟା ବେଳେ ତା’ର ମୃତ୍ୟୁ ହୋଇଛି । ଆଜି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅନ୍ୟତମ ମନ୍ତ୍ରୀ ପିଏ ମହମ୍ମଦ୍ ରିୟାସ୍ଙ୍କ ସହ କୋଝିକୋଡ଼ ଗସ୍ତରେ ଯିବେ। ଏହା ବ୍ୟତିରେକେ, କେରଳକୁ ବୈଷୟିକ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ମଧ୍ୟ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍’ (ଏନ୍ସିଡିସି) ଏକ ଟିମ୍ ପଠାଇଛନ୍ତି। ଆଜି ସେମାନେ ସେଠାରେ ପହଞ୍ଚିବେ। କେରଳରୁ ସଂଗୃହୀତ ଉକ୍ତ ନମୁନା ‘ନିପା ଭାଇରସ୍’ ପଜିଟିଭ୍ ଆସିଥିବା କଥା ପୁଣେସ୍ଥିତ ‘ଦି ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ ସୁନିଶ୍ଚିତ କରି କହିଛି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ୧୨ ବର୍ଷିୟ ବାଳକଟିକୁ ପ୍ରଥମେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଏକ ମେଡିକାଲ୍ କଲେଜକୁ ଅଣାଯାଇଥିଲା। ଶେଷକୁ ପୁଣି ତାକୁ ଉକ୍ତ ଘରୋଇ ଡାକ୍ତରଖାନାକୁ ଫେରାଇ ନିଆଯାଇଥିଲା।
ଗତ ସେପ୍ଟେମ୍ବର ୩ ତାରିଖରେ ପିଲାଟି ଶରୀରରେ ‘ନିପା ଭାଇରସ୍’ ଚିହ୍ନଟ ହୋଇଥିଲା । ତା’ ଶରୀରରେ ‘ଏନ୍ସିଫାଲାଇଟିସ୍’ ଏବଂ ‘ମାୟୋକାର୍ଡିଟିସ୍’ ଲକ୍ଷଣ ଦେଖାଯାଇଥିଲା । କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ୧୨ ବର୍ଷିୟ ବାଳକଟିକୁ ପ୍ରଥମେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଏକ ମେଡିକାଲ୍ କଲେଜକୁ ଅଣାଯାଇଥିଲା। ଶେଷକୁ ପୁଣି ତାକୁ ଉକ୍ତ ଘରୋଇ ଡାକ୍ତରଖାନାକୁ ଫେରାଇ ନିଆଯାଇଥିଲା । ଦକ୍ଷିଣ ଭାରତରେ ନିପା ଭାଇରସର ପ୍ରଥମ ମାମଲା ୧୯ ମେ ୨୦୧୮ରେ କେରଳର କୋଜିକୋଡେରେ ହୋଇଥିଲା । ସୂଚନା ଯେ, ‘ନିପା’ ହେଉଛି ଗୋଟାଏ ‘ଜୁନୋଟିକ୍ ଭାଇରସ୍’ ବା ଭୂତାଣୁ। ଏହା ପ୍ରାଣୀମାନଙ୍କ ଶରୀରରୁ ମଣିଷ ଶରୀରକୁ ବ୍ୟାପେ। ‘ଫଳଭୋଜୀ ବାଦୁଡ଼ି’ ବା ‘ଫ୍ଲାଇଙ୍ଗ୍ ଫକ୍ସ୍’ର ଲାଳରୁ ଏହା ଅନ୍ୟ ପ୍ରାଣୀ ଓ ମଣିଷ ଶରୀରକୁ ପ୍ରବେଶ କରେ। ଏହା ସାଧାରଣତଃ, ଘୁଷୁରି, କୁକୁର, ଘୋଡ଼ା ଆଦି ପ୍ରାଣୀଙ୍କୁ ଆକ୍ରାନ୍ତ କରେ। ମଣିଷ ଶରୀରକୁ ବ୍ୟାପିଲେ ‘ନିପା’ ସାଙ୍ଘାତିକ ଅସୁସ୍ଥତାର କାରଣ ହୋଇ ଶେଷରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରାଣ ନେଇପାରେ। ଗତ ୨୦୧୮ ମସିହାରେ କେରଳର କୋଝିକୋଡ଼ ଏବଂ ମାଲାପୁରମ୍ ଜିଲାରେ ‘ନିପା ଭାଇରସ୍’ ବ୍ୟାପିଥିଲା।
