ପାଳିଆବିନ୍ଧା ଓ ସେବା ସମବାୟ ସମିତିରେ ମଣ୍ଡି ଉଦ୍ଘାଟିତ
ତିହିଡ଼ି : ଭଦ୍ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆ ବିନ୍ଧା ଓ ଗାନ୍ଧୀନଗର ସେବା ସମବାୟ ସମିତିରେ ଗୁରୁବାର ଧାନ ମଣ୍ଡି ଉଦ୍ଘାଟିତ ହୋଇ ଯାଇଛି । ଏଥିରେ ଉଦ୍ଘାଟକ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ଜ୍ୟୋତିର୍ମୟ କର, ଜିଲାପରିଷଦ ସଭ୍ୟା ରୁଜାତା ପଣ୍ଡା, ସମିତିସଭାପତି ମିନତୀଲତା ଦାସ, ଉପସଭାପତି ମହେଶ ପ୍ରସାଦ ଦାସ ଯୋଗ ଦେଇ ମଣ୍ଡି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସଂଜୟ କୁମାର ନାୟକ, ସରପଞ୍ଚ ଗୌରୀଶଙ୍କର ଜେନା, ଯଶୋଦା ମଲ୍ଲିକ ଓ ନିହରିକା ବିଶ୍ୱାଳ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ସମିତିସଭ୍ୟ ଜୀବନଜ୍ୟୋତି ପଲେଇ, ସରପଞ୍ଚ ପ୍ରତିନିଧି ଗଣେଶ ପ୍ରସାଦ ବିଶ୍ୱାଳ, ସମିତିସଭ୍ୟ ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ, ଚାଷୀ କମଟି ସଦସ୍ୟ ଅକ୍ଷୟ କୁମାର ଦାସ, କିଶୋର ଜେନା, ଅମୂଲ୍ୟ ସାହୁ, ପର୍ଶୁରାମ ନାୟକ, ଲକ୍ଷ୍ମୀଧର ମିଶ୍ର, ବୋର୍ଡ଼ ସଦସ୍ୟ ନିକୁଞ୍ଜକୃଷ୍ଣ ପୁହାଣ, ବିଜୟ କୁମାର ନାୟକ, ଶ୍ରୀକାନ୍ତ ବେହେରା, ବାବାଜୀ ମଳିକ, ସୁବୋଧ କୁମାର ମିଶ୍ର, ଶୁଭ୍ରଜିତ୍ ପାଳ, ଭରତ କୁମାର ସାହୁ, ମନୋଜ ମହାଳିକ, ପ୍ରଶାନ୍ତ ସାହାଣୀ, ଦୟାନିଧି ମଳିକ, ମୃତ୍ୟୁଞ୍ଜୟ ଦାସ, ଭକ୍ତରଂଜନ ମଲ୍ଲିକ, ଚାଷୀ ଦିବାକର କୁଅଁର, ଭୀମଚରଣ ସାହୁ, ମୁରଲୀଧର ମଳିକ, ବାଇଧର ଲେଙ୍କା, ଅଜୟ ମଲ୍ଲିକ, ଦାସରଥି ମହାପାତ୍ର, ପ୍ରତାପ ବିଶ୍ୱାଳ, ଭଗବାନ ପାଣିଗ୍ରାହୀ କର୍ମଚାରୀ ସୁଜିତ୍ କୁମାର ନାୟକ, ମାନସୀ ପାଣିଗ୍ରାହୀ, ସଂଜୟ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମିତିରେ ୮୮୯ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାଯାଇଛି । ସେହିପରି ଗାନ୍ଧିନଗର ସେବା ସମବାୟ ସମିତିରେ ଶୁକ୍ରବାର ମଣ୍ଡି ଉଦ୍ଘାଟିତ ହୋଇଥିଲା । ଏହି ଉଦ୍ଘାଟନ ବେଳେ ସଭାପତି ଭାସ୍କର ଚନ୍ଦ୍ର ନାୟକ, ସମ୍ପାଦକ ଅଚ୍ୟୁତ ମହାନ୍ତି, ସରପଞ୍ଚ ଉଦ୍ଧବ ଚରଣ ନାୟକ ଓ କୁନ୍ତଳା ମଳିକ, ରାଜସ୍ୱ ନିରୀକ୍ଷକ ସରୋଜ କୁମାର ତ୍ରିପାଠୀ, ପିଇଓ ଗୋବିନ୍ଦ ଚନ୍ଦ୍ର ଦାସ, ସୁପରଭାଇଜର ଅଭିଳାସ ରଣା, ପୂର୍ବତନ ସମ୍ପାଦକ ପୀତବାସ ମଳିକ କର୍ମଚାରୀ ଭରତ ଚନ୍ଦ୍ର ପାଢ଼ୀ, ଚନ୍ଦନ କୁମାର ସାମନ୍ତ, ପ୍ରମୋଦ ମିଶ୍ର, ଧାନ କ୍ରୟ କମିଟି ସଦସ୍ୟ ଅକ୍ଷୟ ଚଢ଼େଇ, ନିତ୍ୟାନନ୍ଦ ପତି, ରମାକାନ୍ତ ମଳିକ, ମାର୍କଣ୍ଡ ଚରଣ ଦାସ, ଉଗ୍ରେସନ ମଳିକ, କପିଳ ମଳିକ, ସରୋଜ ମିଶ୍ର, ଖଗେଶ୍ୱର ଦାସ ପ୍ରମୁଖଙ୍କ ସହିତ ସମସ୍ତ ବୋର୍ଡ଼ ସଦସ୍ୟ ଉପସ୍ଥିତ ଥିଲେ । ଏହି ସମିତିରେ ୭୧୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାଯାଇଛି ।
