କୁପାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଉଦ୍ୟମ ହେବା ଦରକାର
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ହାଇସ୍କୁଲର ବାର୍ଷିକ କ୍ରିଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷକ ଜଗବନ୍ଧୁ ବେଶ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ପ୍ରତ୍ୟେକ ପିଲା ପାଖରେ ଅନ୍ନିର୍ହିତ ପ୍ରତିଭା ରହିଛି । ପରିବର୍ତ୍ତିତ ଶିକ୍ଷାଢାଞ୍ଚାରେ ପ୍ରତିଭାର ଉନ୍ମୋଚନ ପାଇଁ ଶିକ୍ଷାରେ ଆନ୍ଦୋଳନ ସୃଷ୍ଟି ହେବା ଦରକାର ବୋଲି କହିଥିଲେ । ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ସ୍କୁଲର ବିଭିନ୍ନ ସମସ୍ୟା ଉତ୍ଥାପନ କରିବା ସହ ସ୍କୁଲ ପରିସରରେ ବୃକ୍ଷରୋପଣ ପାଇଁ ଅନୁରୋଧ କରିବା ସହ ବିଧାୟକଙ୍କ ସହଯୋଗ ଲୋଡିଥିଲେ । ଓଷ୍ଟା ସଭାପତି ଦିନବନ୍ଧୁ ଦାଶ ମୁଖ୍ୟବକ୍ତା,ସରପଞ୍ଚ ଜ୍ୟୋତ୍ସ୍ନାବାଳା ଦାସ,ସମିତି ସଭ୍ୟ ଅକ୍ଷୟ କୁମାର ଜେନା,ଏସଏମସି ସଭାପତି ଦେବେନ୍ଦ୍ର ଜେନା,ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ବାରିକ, କରୁଣାକର ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ସହକାରୀ ଶିକ୍ଷକ ଅଭୟ କୁମାର ଦଳେଇ ଅତିଥି ପରିଚୟ ଓ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଧ୍ୟାରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
