ତିହିଡ଼ିରେ ବ୍ୟବସାୟୀଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ଶଙ୍ଖିଡ଼ା ଗ୍ରାମର ଫଳ ବ୍ୟବସାୟୀ ମୃତ୍ୟୁଞ୍ଜୟ ତ୍ରିପାଠୀ (୫୭)ଙ୍କର ଶୁକ୍ରବାର ପରଲୋକ ହୋଇ ଯାଇଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପିଡ଼ିତ ଥିଲେ । ଗତ ୪ ଦିନ ହେବ ସେ କଟକ ବଡ଼ ଡାକ୍ତଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇ ଯାଇଛି । ସେ ଦୀର୍ଘ ଦିନ ହେବ ତିହିଡ଼ି ବଜାରରେ ଫଳ ବ୍ୟବସାୟ କରି ଆସୁୁଥିଲେ । ଏଥି ସହ ସେ ତିହିଡ଼ି ବଜାର ବ୍ୟବସାୟ କମିଟିର ସହସମ୍ପାଦକ ଭାବେ ରହି କାର୍ଯ୍ୟ ସମ୍ପାଦନ କରୁଥିଲେ । ସେ ଜଣେ ଶାନ୍ତ, ସରଳ, ଅମାୟିକ ଓ ସଚ୍ଚୋଟ ବ୍ୟବସାୟୀ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁରେ ତିହିଡ଼ି ବଜାର ବ୍ୟବସାୟ ସଂଘର ସଭାପତି ଗୟାଧର ବାରିକ, ସମ୍ପାଦକ ସଂଜୀବ କୁମାର ନାୟକ, ଲକ୍ଷ୍ମୀଧର ମଲ୍ଲିକ, ରଘୁନାଥ ଜେନା, ଧନେଶ୍ୱର ସାହୁ, ପ୍ରଭାତ କୁମାର ରାଉଳ, ଇନ୍ଦ୍ରମଣି ସାବତ, ଦେବବ୍ରତ ପାଢ଼ୀ, ରାଜୀବ କୁମାର ନାୟକ ପ୍ରମୁଖଙ୍କ ସମେତ ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ଭରତ ମହାପାତ୍ର, ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ନାରାୟଣ ବେହେରା, ସୂର୍ଯ୍ୟରଂଜନ ମିଶ୍ର, ରାମଚନ୍ଦ୍ର ପରିଡ଼ା, ଗିରିଜା ରମଣ ଜେନା, ମହେନ୍ଦ୍ର ଓଝା, ରତ୍ନାକର ଧଳ, ଅଶୋକ ସାହୁ, ବିଷ୍ଣୁ ଚନ୍ଦ୍ର ଦାଶ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ଶୋକ ପ୍ରକାଶ କରିଛନ୍ତି ।
