ବ୍ଲକସ୍ତରୀୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ଯୋଜନାର କର୍ମଶାଳା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକସ୍ତରୀୟ ମୁଖ୍ୟମନ୍ତ୍ରୀ କୃଷକ ଉଦ୍ୟଗ ଯୋଜନାର କର୍ମଶାଳା କୃଷି ଓ କୃଷକ ସସକ୍ତୀକରଣ ବିଭାଗ ଆୟୋଜନରେ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବ୍ଲକ କୃଷି ଅଧିକାରୀ ରଘୁନାଥ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଜିଲା ଅତିରିକ୍ତ କୃଷି ଅଧିକାରୀ ତଥା ଅତ୍ମା ନିର୍ଦ୍ଦେଶକ ଶ୍ରୀଧର ଦାସଙ୍କ ପୌରୋହିତ୍ୟରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସମ୍ମାନିତ ଅତିଥି ଭାବେ ଜିଲା କୃଷି ଅଧିକାରୀ ଅଶୋକ କୁମାର କର, ବିଡିଓ ଜ୍ୟୋତିର୍ମୟ କର, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ନିରାକାର ଜେନା, ବ୍ଲକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶଶିକାନ୍ତ ନାୟକ, ସହକାରୀ ଯନ୍ତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ, ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ନିହାରିକା ନାୟକ, ବ୍ୟାଙ୍କ ସହକାରୀ ପରିଚାଳ ମୋନାଲିଶା ମହାରଣା ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ଯୋଜନାର ଲକ୍ଷ୍ୟ ଆଭିମୁଖ୍ୟ ଉପରେ ଉପସ୍ଥିତ କୃଷକମାନଙ୍କୁ ସଚେତନ କରାଇବା ସହିତ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କୃଷକମାନେ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ । ଡିସି କୁମାର ଦେବାଶିଷ କର୍ମଶାଳାରେ କୃଷକମାନଙ୍କୁ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ବିଟିଏମ ରଣଜିତ୍ କୁମାର ସାହୁ, କୃଷି ଅଧିକାରୀ ଶିବପ୍ରସାଦ ନାୟକ, ବ୍ଲକ କୃଷି କର୍ମଚାରୀ ଆଲୋକ ନାୟକ, ସନ୍ତୋଷ ମହାନ୍ତି, ଆଲୋକ ମଲିକ, ସୁନାରାମ ସିଂ, ତ୍ରିନାଥ ଭୋଇ, ଏସକେ ସଫରୁଦ୍ଦିନ, ବାସନ୍ତୀ ସ୍ୱାଇଁ, ସୁଜାତା ମହାନ୍ତି, ସ୍ନେହଲତା ବାରିକ, ତୃପ୍ତି ତପସ୍ୟା ଦାସ, ଗୀତାଂଜଳି ବେହେରା, ଡିଇଓ ଅନୁରାଗ ନାୟକ, ମିଲନ କୁମାର ଦାସ, ଗିରିଜା ରାଏଚୌଧୁରୀ ଓ ପଞ୍ଚାନନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍ମଶାଳାରେ ଚାଷୀ ପ୍ରଦୀପ କୁମାର ସାହୁ, ହରିଶ୍ଚନ୍ଦ୍ର ମିଶ୍ର, ବିପ୍ଳବ କୁମାର ନାୟକ, ଅଶୋକ କୁମାର ବଳ, ସତ୍ୟଜିତ୍ ବଳ, ଲଳିତମୋହନ ନାୟକ, ନିରାକାର ସେନାପତି, କମଳା ସାହୁ, ରଂଜୁଲତା ଗାହାଣ, ବାଦଲ ବେହେରା, ଗଙ୍ଗାଧର ବେହେରା, କାଶିନାଥ ବାରିକ, କାମଦେବ ଖଟୁଆ, ହରିହର ମଳିକ, ବିଦୁଭୂଷଣ ବେହେରା ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
