ଭଦ୍ରକ : ଆଜି ପୂର୍ବାହ୍ନ ବିଶ୍ୱକପ-୨୦୨୩ ଭଦ୍ରକ ବ୍ଲକ ଜୋନ୍-୨ ପଞ୍ଚାୟତସ୍ତରୀୟ କ୍ରୀଡା ଉତ୍ସବ କୋଡବରୁଆଁ ପଂଚାୟତ ଅଧିନସ୍ଥ କୋଡଗମ୍ଭୀର ତାରିଣୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କୋଡବରୁଆଁ ସରପଞ୍ଚ ସୁଷମା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଭଦ୍ରକ ଏବିଡିଓ ଗୁଲ ଫିର୍ଦୋସ, ସମିତିସଭ୍ୟ ରାଜେନ୍ଦ୍ର ନାରାୟଣ ପାଣି, ଭଦ୍ରକ ଲାୟନ୍ସ କ୍ଲବ ସଭାପତି ଅଶୋକ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି ସଭାରେ ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋଡବରୁଆଁ, ଚଣ୍ଡିଗାଁ, ଜଗଦଳପୁର, ରାହାଞ୍ଜ, ରମ୍ଭିଳା, ବଣିଆ, ପରସିିଙ୍ଗା, ଚରମ୍ପା ଓ ଏରେଇଁ ଆଦି ୯ଟି ପଞ୍ଚାୟତର ୪୫ଟି ବିଦ୍ୟାଳୟରୁ ୫ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଅନ୍ୟପକ୍ଷରେ ଏହି କ୍ରୀଡା ଉତ୍ସବରେ ୨ହଜାର ରୁ ଅଧିକ ସଂଖ୍ୟକ ୯ଟି ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଅଭିଭାବକ, କ୍ରୀଡାବିତ ଓ ସମାଜସେବୀମାନେ ଯୋଗଦାନ କରିଥିଲେ । ଏହି କ୍ରୀଡା ଉତ୍ସବରେ ଖୋଖୋ, କବାଡି, ଭଲିବଲ, ଫୁଟବଲ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ଖେଳ କୁ ରଶ୍ମିକର ମଲ୍ଳିକ, ଅଶୋକ ବିଶ୍ୱାଳ, ବିଜୟ ସାମଲ, ତନୁଶ୍ରୀ ନାୟକ, ଧିରେନ୍ଦ୍ର ଭଞ୍ଜ ଆରତୀ ଜେନା ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଏହି ଏକଦିବସୀୟ କ୍ରୀଡା ଉତ୍ସବଟି କୋଡବରୁଆଁ ପଂଚାୟତ ସରପଂଚ ପ୍ରତିନିଧି ଯୁବନେତା ଆଶୀଷ କୁମାର ମହାନ୍ତି, ଶିକ୍ଷକ, ଅଭିଭାବକ ଓ ଅଂଚଳବାସୀଙ୍କ ସହଯୋଗରେ ସଫଳ ହୋଇଥିଲା ।
Post Views: 70,004