ଅରୁଣ ଭାରତୀ ବିଦ୍ୟାବାଣୀ ଭବନର ବାର୍ଷିକ କ୍ରୀଡା
ତିହିଡ଼ି : ଅଗ୍ରଣୀ ବିଦ୍ୟାନୁଷ୍ଠାନ ଅରୁଣ ଭାରତୀ ବିଦ୍ୟାବାଣୀ ଭବନର ଦ୍ୱାଦଶତମ ବାର୍ଷିକ କ୍ରୀଡାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ନରେଶ ରଥ, ସମ୍ମାନୀତ ଅତିଥି ଘଣ୍ଟେଶ୍ୱର ମହାବିଦ୍ୟାଳୟ କ୍ରୀଡା ଶିକ୍ଷକରାଜକିଶୋର ଦାଶ, ମୁଖ୍ୟବକ୍ତା ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର, ଆବାହକ ଶ୍ରୀଯୁକ୍ତ ସୁଧାକର ଧନୀ, ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ଭାରତୀ, ଅନ୍ୟତମ ଅତିଥି ସମାଜସେବିକା ନିବେଦିତା ଶୁକ୍ଳ ପ୍ରଭୁତି ଯୋଗଦାନ କରି କ୍ରୀଡା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର୍ଷଣ ଦଳାଇ, ସୁରେଶ ବାରିକ୍, ସୁକାନ୍ତ ମହାରାଜ , ରସାନନ୍ଦ ସାହୁ, ଶିକ୍ଷୟତ୍ରୀ ଶ୍ରୀମତୀ ବୀଣାପାଣୀ ମିଶ୍ର, ପ୍ରମିଳା ସାହୁ, ଗୀତା ସେଠୀ, ପ୍ରଜ୍ଞା ପରମିତା ସାହୁ ଓ କନକ ପଣ୍ଡା କ୍ରୀଡା ପରିଚାଳନା କରିଥିଲେ ।
