ବିଜ୍ଞାନମେଳାରେ ଏନପିଏସ୍ ସହଯୋଗ କରିବ ନାହିଁ
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ତିହିଡ଼ି : ଓଡ଼ିଶା ପ୍ରାଇମେରି ଟିଚର୍ସ ଆସୋସିଏସନ (ଏନପିଏସ୍) ତିହିଡ଼ି ବ୍ଲକ ଶାଖା ଚଳିତ ବର୍ଷ ବ୍ଲକସ୍ତରୀୟ ବିଜ୍ଞାନମେଳାରେ ସହଯୋଗ କରିବ ନାହିଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ସୋମବାର ଅପରାହ୍ଣରେ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତଭାବେ ଜଣାଇଥିବା ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ବିଗତ କିଛିବର୍ଷ ହେଲା ଏକ ନିର୍ଦ୍ଦିଷ୍ଟ ସଂଘର ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଗୁଡ଼ିକର ମାତ୍ରାଧିକ ହସ୍ତକ୍ଷେପ ରାଯାଉଛି । ଯାହାଫଳରେ କାର୍ଯ୍ୟକ୍ରମ ଗୁଡ଼ିକ ନିମ୍ନମାନର ହେଉଛି । ଏହି ନିର୍ଦ୍ଦିଷ୍ଟ ଶିକ୍ଷକ ସଂଘଟି ବିଜ୍ଞାନମେଳା ପାଇଁ ଯୋଗ୍ୟ ଅତିଥିମାନଙ୍କୁ କାର୍ଯ୍ୟକ୍ରମର ଅଳ୍ପଦିନ ପୂର୍ବରୁ ନିମନ୍ତ୍ରଣ କରିଥାନ୍ତି । ଯେଉଁଥିପାଇଁ ସେହି ଯୋଗ୍ୟ ଅତିଥିମାନେ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବାକୁ ବାଧ୍ୟ ହୋଇଥାନ୍ତି । ଯାହାର ସୁଯୋଗ ନେଇ ନିର୍ଦ୍ଦିଷ୍ଟ ଶିକ୍ଷକ ସଂଘର ଏକାଧିକ କର୍ମକର୍ତ୍ତା ଅତିଥିଭାବେ ମଂଚାସୀନ ହୋଇ କାର୍ଯ୍ୟକ୍ରମର ଗୁଣାବତ୍ତାକୁ ନଷ୍ଟ କରିଥାନ୍ତି । ବିଜ୍ଞାନମେଳାକୁ ଆସୁଥିବା ଅର୍ଥର ସଠିକ୍ ବିନିଯୋଗ କରାନଯାଇ ପରବର୍ତ୍ତୀ ସମୟରେ ବିଜ୍ଞାନମେଳାରେ ଅର୍ଥର ବକେୟା ରହିଥିବା ଦର୍ଶାଇ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଅର୍ଥକୁ ହାତେଇଥାନ୍ତି । ବିଜ୍ଞାନମେଳା ସମ୍ବନ୍ଧୀୟ କୌଣସି ସମୀକ୍ଷା ବୈଠକ କରାଯାଇ ନଥାଏ । ତେବେ ଚଳିତବର୍ଷ ବିଜ୍ଞାନମେଳାରେ ଏନପିଏସ୍ ସଂଘକୁ ମଂଚରେ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ଦିଆନଗଲେ ସଂଘରେ ଥିବା ସମସ୍ତ ପ୍ରଧାନ ଶିକ୍ଷକମାନେ ଦାୟିତ୍ୱରୁ ଅବ୍ୟାହତି ନେବା ସହ ବିଜ୍ଞାନମେଳାରେ ସହଯୋଗ କରିବେ ନାହିଁ ବୋଲି ସଂଘର ସଭାପତି ପରମେଶ୍ୱର ମଲିକ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ମୁଦୁଲି, ସାଧାରଣ ସମ୍ପାଦକ ପ୍ରଭାତ କୁମାର ପଣ୍ଡା, ଉପସଭାପତି ଅଜୟ ନାୟକ, ପ୍ରଶାନ୍ତ ଜେନା, ଆଲୋକପାଢ଼ୀ, ଯୁଗ୍ମ ସମ୍ପାଦକ ଆନନ୍ଦ ଚନ୍ଦ୍ର ଦାସ, ସହସମ୍ପାଦକ ପ୍ରଭିଜିତ୍ ସ୍ୱାଇଁ, ସଂଜୀବ ମହାନ୍ତି, ପଦ୍ମନାଭ ଜେନା, କୋଷାଧ୍ୟକ୍ଷ ନବୀନ କୁମାର ଭୋଇ, ସଂଗଠନ ସମ୍ପାଦକ ଆଲୋକ କୁମାର ମଲ୍ଲିକ, ଅଡିଟର ଶ୍ରୀନିବାସ ଓଝା, ସନ୍ତୋଷ ପାଣିଗ୍ରାହୀ, ଦେବାନନ୍ଦ ବିଶ୍ୱାଳ, ଆଶିଷ ସାହୁ, ଚନ୍ଦନ ମଲ୍ଲିକ, ମୂରଲୀଧର ଦାସ, ବିଶ୍ୱନାଥ ଦାସ, ବିଜୟ ତ୍ରିପାଠୀ, ପ୍ରଫୁଲ୍ଲ ସାହୁ, ଦାମୋଦର ମଲ୍ଲିକ, ରମାପ୍ରସାଦ ବାରିକ, ଏସକେ ସୋଏବ, ଶରତ ଜେନା, ହେମନ୍ତ ଦାସ, ଜୟପ୍ରକାଶ ମଲିକ ପ୍ରମୁଖ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଜ୍ଞାନମେଳା ପାଇଁ ଏପର୍ଯ୍ୟନ୍ତ କୌଣସି ଅତିଥି ଚୟନ କରାଯାଇ ନାହିଁ, ପୂର୍ବରୁ ଯାହା କାର୍ଯ୍ୟକ୍ରମ ହୋଇ ଯାଇଛି ସେଗୁଡ଼ିକ ସୁଚାରୁ ରୂପେ ହୋଇଛି ।
