ଜୀବନଜ୍ୟୋତି ସଂଗଠନର ଷଷ୍ଠ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜୀବନ ଜ୍ୟୋତି’ର ଷଷ୍ଠ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଶନିବାର ଫତେପୁର ଛକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ସଭାପତି ଶିକ୍ଷାବିତ୍ ସନାତନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟବକ୍ତା ଫେଲୋସଫିର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସମ୍ମାନିତ ଅତିଥିଭାବେ ତ୍ୟାଗଭୂମି ସମ୍ମିଳନୀର ସଭାପତି ଅଜୟ କୁମାର ନାୟକ, ବାସୁଦେବପୁର ନିର୍ବାଚନ ମଣ୍ଡଳୀୟ କଂଗ୍ରେସ ନେତା ଅଶୋକ ଦାସ, ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନ, ଆଗ୍ନିକ ଆଲୋକଦେବ ଗୋସ୍ୱାମୀ, ବ୍ଲକ ଉପଧ୍ୟକ୍ଷା ସୁଭଦ୍ରା ଶତପଥି, ସରପଞ୍ଚ ପ୍ରଦୀପ ବଳ, ସମିତିସଭ୍ୟା ମଧୁସ୍ମିତା ନାୟକ ପ୍ରମୁଖ ଯୋଗ ଦେଇ ଯୁବ ସମାଜ ସେବା ମନୋବୃତ୍ତି ନେଇ କାର୍ଯ୍ୟ କଲେ ସମାଜର ହିତ ସାଧନ ହୋଇ ପାରିବ ବୋଲି କହିଥିଲେ । ସଂଗଠନର ସମ୍ପାଦକ ଧୀରେନ୍ଦ୍ର କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, ଜ୍ୟୋତିର୍ମୟ ପାଣ୍ଡବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ଦୀରଂଜନ ପାଢ଼ୀ ଓ ପ୍ରଶାନ୍ତ କୁମାର ବାରିକ ମଂଚ ସଂଚାଳନା କରିଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ଅଂଚଳର ୨୦ଟି ସ୍ୱେଚ୍ଛାସେବୀ ସଂଗଠନ ସହିତ ତିହିଡ଼ି ବ୍ଲକରେ ଚଳିତ ବର୍ଷ ଓଏଏସ୍ ପାଇଥିବା ସୌମ୍ୟରଂଜନ ଜେନା, ଅର୍ଯ୍ୟପ୍ରଭା ଧଳ ଓ ପ୍ରଦ୍ୟୁମ୍ନ ଦାସଙ୍କୁ ମାନପତ୍ର ସହ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟ ପୁରସ୍କୃତ କରାଯାଇଥିଲା । ସରପଞ୍ଚ ସୁପ୍ରଭା ପାଣି, ସଂଜୀବ ବେହେରା, ପୁଷ୍ପାଞ୍ଜଳି ଲେଙ୍କା, ଉଦ୍ଧବ ଚରଣ ନାୟକ, ଦୀପ୍ତିମୟୀ ନାୟକ, ଗାୟତ୍ରୀ ଦାସ, ସମିତିସଭ୍ୟ ତିଳୋତ୍ତମା ବେହେରା, ଜୟପ୍ରକାଶ ମହାନ୍ତି, ପ୍ରିୟବନ୍ଧୁ ମାଝୀ, ତିହିଡ଼ି କଲେଜର ଅଧ୍ୟକ୍ଷ ବିଶ୍ୱଜିତ୍ ଧଳ, ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ଛନ୍ଦା ଚରଣ ନାୟକ, ଝରଣା ଜେନା, ଉତ୍ତମ ମହାପାତ୍ର, ବୁଦ୍ଧଦେବ ଜେନା, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।
