ସାହାପୁର ପଞ୍ଚାୟତ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ପଞ୍ଚାୟତ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଶୁକ୍ରବାର ପୀରହାଟ ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ସରପଞ୍ଚ ତଥା ସାହାପୁର ପଞ୍ଚାୟତ ବିଜେଡି ସଭାପତି ବଳଭଦ୍ର ମାଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସାହାପୁର ବିଜେଡି ନେତା ଓ ଦଳୀୟ ବରିଷ୍ଠ ନେତାମାନେ ଯୋଗ ଦେଇ ସାହାପୁର ପଞ୍ଚାୟତ ଅଧୀନ କଣ୍ଡରାଗଢ଼ିଆ ଗ୍ରାମର ସୁବୋଧ କୁମାର ବଳ (ଚିନୁ) ଜଣେ ଇଂଜିନିୟର ଭାବେ ଭୁବନେଶ୍ୱର ସ୍ଥିତ ଇମ୍ଫୋସିସ୍ରେ କାର୍ଯ୍ୟ କରୁଛନ୍ତି । ସେ ପଞ୍ଚାୟତର ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ ହାତବାରିଶ କରି ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ ପଞ୍ଚାୟତରେ ରହି ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ଏଥି ସହିତ ସେ କେତେକ ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଯାହାକୁ ନେଇ ଗତ ୨୦.୧୦.୨୦୨୨ ରିଖରେ ପୀରହାଟ ଥାନାରେ ହରିପୁର ଗ୍ରାମର ସୀତାକାନ୍ତ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ୧୭୭/୨୨ ଦଫା ୩୪୧, ୯୪, ୩୨୩, ୫୦୬, ୩୪ ଓ ୩ ଏସ୍ସି/ଏସ୍ଟି ଆକ୍ଟରେ ସୁବୋଧଙ୍କ ସହିତ ଅନ୍ୟ କେତେଜଣଙ୍କ ନାମରେ ମକଦ୍ଦମା ରୁଜୁ ହୋଇଛି । ପୁଲିସ ଅଦ୍ୟାବଧି ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ । ଯାହାଫଳରେ ପଞ୍ଚାୟତର ବିଜେଡି ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଆଗାମୀ ୭ଦିନ ମଧ୍ୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏଥି ସହ ଭୁବନେଶ୍ୱର ସ୍ଥିତ ଇମ୍ଫୋସିସରେ କାର୍ଯ୍ୟରତ ଥିବା ସୁବୋଧଙ୍କ ବିରୋଧ କମ୍ପାନୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନନେଲେ ବିଜେଡି ପକ୍ଷରୁ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲାପରିଷଦ ସଭ୍ୟ ଅମୂଲ୍ୟ ମାଝୀ, ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଅମର ଦାସ, ମାନସ କୁମାର ସାହୁ, ବିଜେଡି ନେତା କୃଷ୍ଣ ଚନ୍ଦ୍ର ମହାନ୍ତି, ହେମନ୍ତ ମହାନ୍ତି, ସୁଧାଂଶୁ ଡାଙ୍ଗୁଆ, ସଂଜୟ ଭୋଇ, ଦାଶରଥି ନାୟକ, ପ୍ରତାପ ନାୟକ, ପ୍ରମୋଦ ଡାଙ୍ଗୁଆ, ଶ୍ରୀକାନ୍ତ ଦାସ, ପ୍ରହ୍ଲାଦ ମହାଳିକ, ବସନ୍ତ ବାରିକ, ସର୍ବେଶ୍ୱର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।
