ଧରଣୀଧର ମହାବିଦ୍ୟାଳୟ; ୧୩ଟି ବିଷୟରେ ଖୋଲିଲା ସ୍ନାତକୋତର
କେନ୍ଦୁଝର : କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କଳା ଏବଂ ବିଜ୍ଞାନରେ ୧୩ଟି ବିଷୟରେ ସ୍ନାତକୋତର ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି । ସବୁ ବିଭାଗରେ ୧୬ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ସେହିପରି ଭୂତତ୍ୱବିଜ୍ଞାନ ସ୍ନାତକୋତରରେ ୮ଟି ସିଟ୍ ବୃଦ୍ଧି କରାଯାଇ ୧୬ଟି ସିଟ୍ରେ ନାମଲେଖା ପାଇଁ ଅନୁମତି ଦିଆଯାଇଛି । ଓଡ଼ିଆ, ଇଂରାଜୀ, ନୃତତ୍ୱ, ସମାଜତତ୍ୱ, ଶିକ୍ଷା, ଇତିହାସ, ଅର୍ଥନୀତି, ସଂସ୍କୃତ, ଗଣିତ, ପଦାର୍ଥବିଜ୍ଞାନ, ପ୍ରାଣୀବିଜ୍ଞାନ ଏବଂ ଉଦ୍ଭିଦବିଜ୍ଞାନରେ ୧୬ଟି ସିଟ୍ରେ ନାମଲେଖା ପାଇଁ ଅନୁମତି ମିଳିଛି । ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନେ ଏଥିରେ ନାମଲେଖାଇବାର ସୁଯୋଗ ପାଇବେ ।
