ସର୍ବଭାରତୀୟ କରାଟେ ପ୍ରିଯୋଗିତାରେ ବ୍ରିଗେଡ ସ୍କୁଲ୍ ନରଣପୁର ର କୃତିତ୍ୱ
କେନ୍ଦୁଝର : ସର୍ବଭାରତୀୟକରାଟେ ପ୍ରତିଯୋଗିତାରେ ଓଡ଼ିଶା ବ୍ରିଗେଡ ସ୍କୁଲ ନରଣପୁର ଆଣିଛି କେନ୍ଦୁଝର ଲାଗି ଗର୍ବ ଓ ଗୌରବ । ଓଡ଼ିଶା ବ୍ରିଗେଡ ସ୍କୁଲ ର ଛାତ୍ର ବିଶ୍ୱଜିତ୍ ମହାନ୍ତ ୧୧ବର୍ଷ ଏବଂ ରୁପେଶ କୁମାର ମହାନ୍ତ ୧୨ବର୍ଷ ଓଡିଶା ରାଜ୍ୟ ତରଫରୁ ୮ମ ସର୍ବଭାରତୀୟ ମୁକ୍ତ କରାଟେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବ୍ୟକ୍ତିଗତ କୁମିତେ (ଫାଇଟ୍) ବିଭାଗରେ ୨ଟି ବ୍ରୋଂଜ ପଦକ ହାସଲ କରି ସ୍କୁଲ ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ।ଉକ୍ତ ପ୍ରତିଯୋଗିତା ଚଳିତ ମାସ ୨୬ ଓ ୨୭ ତାରିଖ ଧରି କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଥିଲା । ପ୍ରତିଯୋଗିତାକୁ ଓଡ଼ିଶା ଟ୍ରାଡିସନାଲ ସୋତୋକୋନ ଆସୋସିଏସନ୍ ଆୟୋଜନ କରିଥିବାବେଳେ ରାଜ୍ୟ କରାଟେ ସଂଘ ଏହାକୁ ଅନୁମୋଦିତ କରିଥିଲା । ୨୮ ତାରିଖ ଦଳ ସହ ପ୍ରତିଯୋଗୀ ମାନେ ନରଣପୁର ଷ୍ଟେସନ ରେ ଓଲ୍ହେଇବା ପରେ ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର ମାନେ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ପାଛୋଟି ନେଇଥିଲେ । ସ୍କୁଲ ର ସମ୍ପାଦିକା ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶକୁନ୍ତଳା ମହାନ୍ତ ପିଲାମାନଙ୍କ ସଫଳତା ପାଈଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।୨୦୧୫ ମସିହାରୁ ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ନରଣପୁର ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଲଗାତାର ସଫଳତା ହାସଲ କରି ଆସୁଛନ୍ତି । ପିଲାଙ୍କ ସଫଳତାରେ ଅଭିଭାବକ ମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।
