ଏନ୍ସିସି ତାଲିମ ଶିବିର ଉଦ୍ଯାପିତ : ପ୍ରଶିକ୍ଷଣ ନେଲେ ୨୨୫ କ୍ୟାଡେଟ
କେନ୍ଦୁଝର : କେନ୍ଦୁଝର ୧୪ ଓଡିଶା ଏନ ସି ସି ବାଟାଲିୟନ ପକ୍ଷରୁ କେନ୍ଦୁଝର ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ରେ ଥିବା ଆଇ. ଡି. ପି. ବିଲଡିଂ ଠାରେ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି, ତୃତୀୟ ପର୍ଯ୍ୟାୟ ଆଠ ଦିନିଆ ତାଲିମି ଶିବିର ନଭେମ୍ବର ୨୩ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଏନ ସି ସି ତାଲିମ ଶିବିର ରେ କେନ୍ଦୁଝର ଓ ମୟୁରଭଂଜ ର ବେସରକାରୀ ବିଦ୍ୟାଳୟ ଏବଂ ସେଲଫ ଫାଇନାନିସିଙ୍ଗ ବିଦ୍ୟାଳୟ ର ୨୨୫ ଜଣ କ୍ୟାଡେଟ ଯୋଗ ଦେଇଥିଲେ, ଶାରୀରିକ ଶିକ୍ଷା, ଡ୍ରିଲ, ମ୍ୟାପ ରିଡିଂ, ଜାତୀୟ ସଂହତି, ସ୍ୱାସ୍ଥ୍ୟ ସୁରକ୍ଷା, ପ୍ରାଥମିକ ଚିକିତ୍ସା, ବିପର୍ଯୟ ପରିଚାଳନା, ଦକ୍ଷତା ବିକାଶ, ଫାୟାରିଙ୍ଗ ଆଦି ସମ୍ବନ୍ଧ ରେ ପ୍ରଶିକ୍ଷଣ ନେଇଥିଲେ, କମାଣ୍ଡି ଅଫିସର ଲେଫନାଣ୍ଟ କର୍ଣ୍ଣଲ ଏମ ଚନ୍ଦ୍ରଶେଖର ରାଓ ଙ୍କ ନେତୃତ୍ୱ ରେ ୫ଜଣ ଏନ ଓ ୧୦ ଜଣ ପିଆଇ ଷ୍ଟାଫ କ୍ୟାଡେଟ ମାନଙ୍କୁ ତାଲିମି ପ୍ରଦାନ କରିଥିଲେ, କମାଣ୍ଡି ଅଫିସର ଙ୍କ ଅଧକ୍ଷତରେ ଉଦଯାପନୀ ଉତ୍ସବ ରେ ଅବସର ପ୍ରାପ୍ତ ସେନା ଅଧିକାରୀ ବଳଭଦ୍ର ସାହୁ, ପ୍ରଦୀପ କୁମାର ଦାଶ, କୃଷ୍ଣଚନ୍ଦ୍ର ସାହୁ, ଶୁବାଶିଷ ଚକ୍ରବର୍ତୀ ସନ୍ନମାନିତ ଅତିଥି ଭାବେ ଯୋଗ ଦେଇ କ୍ୟାଡେଟ ମାନଙ୍କ ର ମନୋବଳ ବୃଦ୍ଧି କରିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଭୟ ଦଳଗତ ଓ ଏକକ ନୃତ୍ୟ, ସଂଗୀତରେ କେନ୍ଦ୍ରୀୟ ବିଦ୍ୟାଳୟ ବାରିପଦା ଚାମ୍ପିଆନ ହୋଇଥିଲା, ଡ୍ରିଲ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦୁଝର ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝର ଗଡ଼ ଦ୍ୱତୀୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଚମ୍ପୁଆ ତୃତୀୟ ସ୍ଥାନ ଅଧିକାର କରିଥିଲେ, ଫୁଟବଲ ପ୍ରତିଯୋଗୀତରେ ବାଳକ ବର୍ଗରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ରାଇରଙ୍ଗପୁର ଏବଂ ବାଳିକା ବର୍ଗରେ ଜବାହର ନବୋଦୟ ବିଦ୍ୟାଳୟ ଶାଳବଣୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ , ଏଏନ.ଓ ବସନ୍ତ କୁମାର ମହାଂତ, ସୁଶାନ୍ତ କୁମାର ମହାଂତ,ମାନସ କୁମାର ମହାଂତ, ଦୀପଙ୍କର ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ, ବିଜୟ କୁମାର ବେହେରା ପ୍ରମୁଖ ଶିବିର ପରିଚାଳନା କରିଥିଲେ ।
