ସମର ଶିକ୍ଷାର୍ଥୀ ବାହିନୀର ସ୍ୱଚ୍ଛତା ଅଭିଯାନ
କଟକ : ବାଲିଯାତ୍ରା ସରିବା ପରେ ସେଠାରେ ପଡିରହିଥିବା କୁଢ କୁଢ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନାଗୁଡିକୁ କଟକ ଏନସିସି କ୍ୟାଡରମାନେ ‘ପୁନିତ ସାଗର’ ଅଭିଯାନରେ ସଫେଇ କରିଛନ୍ତି । ସମର ଶିିକ୍ଷାର୍ଥୀ ବାହିନୀ କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସୈାମ୍ୟପ୍ରକାଶ, ପୀୟୁଷ ରଂଜନ ଦାସ, ଏନସିସି ଅଫିସର ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଅବବାହିକା ଓ ବାଲିଯାତ୍ରା ପଡିଆରେ ପଡିରହିଥିବା ପ୍ଲାଷ୍ଟିକ ଓ ପଲିଥିନଗୁଡିକୁ ସଫା କରିଥିଲେ । ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟ ଓ ଚୈାଦ୍ୱାର ମହାବିଦ୍ୟାଳୟ ସମେତ ବିଭିନ୍ନ ସ୍କୁଲର ୧୦୫ ଜଣ ଏନସିସି କ୍ୟାଡେଟ ଏହି ସ୍ୱଚ୍ଛ ଅଭିଯାନରେ ଅଂଶ ଗ୍ରହଣ କରିଥିଲେ । ଏଥିସହିତ ଏକ ସ୍ୱଚ୍ଛତା ସଚେତନତା ପଦଯାତ୍ରା କରାଯାଇଥିଲା ।
