ଗଣପତି ବିଦ୍ୟାମନ୍ଦିରରେ ସ୍ୱାସ୍ଥ୍ୟ ଶିବିର
କଟକ : ସ୍ଥାନୀୟ ତ୍ରିଶୂଳିଆ ବେଲଗାଛିଆଠାରେ ଥିବା ଶ୍ରୀଗଣପତି ବିଦ୍ୟାମନ୍ଦିର ପରିସରରେ ନେହେରୁ ଜୟନ୍ତୀ ଅବସରରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟ ଅତିଥି ଭାବେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡି.ଲିଟ୍ ପ୍ରାପ୍ତ ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ଯୋଗଦେଇ ଶିଶୁଙ୍କ ଭିତରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସର୍ବଦା ପ୍ରଚେଷ୍ଟା ଜାରି ରଖିବାକୁ ଉଦବୋଧନରେ ପ୍ରକାଶ କରିବା ସହ ଶିଶୁମାନେ ସମାଜର ସର୍ବଶ୍ରେଷ୍ଠ ଧନ ବୋଲି ମତପୋଷଣ କରିଥିଲେ । ଏହି ଅବସରରେ ଡାକ୍ତର ମହାରଣାଙ୍କ ଲିଖିତ ସ୍ୱାସ୍ଥ୍ୟ ସଚେତନଧର୍ମୀ ପୁସ୍ତକ ‘ସ୍ୱାସ୍ଥ୍ୟ ସନ୍ଦେଶ’ ସମସ୍ତଙ୍କୁ ମାଗଣାରେ ବିତରଣ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଶାନ୍ତି ଫାଉଣ୍ଡେସନର ପରିଚାଳିକା ଶାନ୍ତିଲତା ସାହୁ, ବରିଷ୍ଠ ଶିକ୍ଷାବିତ ଗଜେନ୍ଦ୍ର କୁମାର ପାଣି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକୁମାର ବିଶ୍ୱାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପିଙ୍କିଲତା ସାହୁ ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ । ବିଦ୍ୟାଳୟର ସଭାପତି ରାମଚନ୍ଦ୍ର ସାହୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲା ବେଳେ ସଂପାଦକ ସିତାଂଶୁ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଟିକିମଂଜରୀ ଆଚାର୍ଯ୍ୟ, ଝରଣା ପ୍ରଧାନ, ତପସ୍ୱିନୀ ସ୍ୱାଇଁ, ସବିତା ଘଡେଇ, ତନୁଶ୍ରୀ ନାୟକ, ଜୟନ୍ତୀ ସାହୁ, ଅର୍ଚ୍ଚନା ଜେନା, ପ୍ରିୟଙ୍କା ନାୟକ, ତମନ୍ନା ସାହୁ, ସରସ୍ୱତୀ ଡୋରା, ଶିକ୍ଷକ ରଣଜିତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମାଜସେବୀ ପ୍ରଦୀପ କୁମାର ଆଡ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
