ଦଶପଲ୍ଲା ସବଜେଲ୍ ରୁ ବିଚାରାଧୀନ କଏଦୀ ଚମ୍ପଟ୍ ଘଟଣା ଘଟଣାର ତଦନ୍ତ କଲେ ଡିଆଇଜି
ଦଶପଲ୍ଲା : ଦଶପଲ୍ଲା ଜେଲ୍ ରୁ ବିଚାରାଧୀନ କଏଦୀ ଚମ୍ପଟ ଘଟଣାରେ ବିଭାଗୀୟ ଡିଆଇଜି କୁଳମଣି ବେହେରା ବୁଧବାର ଦିନ ପୁଂଖାନୁପୁଂଖ ତଦନ୍ତ ସହିତ ଦାୟିତ୍ୱରେ ଥିବା ୱାର୍ଡର ଙ୍କ ବୟାନ ରେକର୍ଡ କରି ଫେରି ଯାଇଥିବାବେଳେ ଖୁବ୍ ଶୀଘ୍ର କାର୍ଯନୁଷ୍ଠାନ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳ ବାର ଦିନ ଦିବା ୧୦ ଟା ୩୦ ମିନିଟ ସମୟରେ ବିଚାରାଧୀନ ବନ୍ଦୀ ଭାବରେ ଦଶପଲ୍ଲା ଜେଲ୍ରେ ଥିବା ହିମାଂଶୁ ଶେଖର ନାୟକ ( ୩୭ ) ଜେଲ୍ର ମୁଖ୍ୟ ଦରଜା ଝାଡୁ କରୁଥିବା ସମୟରେ ଉପସ୍ଥିତ ୱାର୍ଡ଼ର କୃଷ୍ଣଚନ୍ଦ୍ର ଜେନାଙ୍କ ଅନ୍ୟ ମନସ୍କତାର ସୁଯୋଗ ନେଇ ଫେରାର୍ ହୋଇଯାଇଛି । ଫେରାର୍ ହିମାଂଶୁଙ୍କ ଘର , କଟକ ଜିଲ୍ଲା ନରସିଂହପୁର ହୋଇଥିବାବେଳେ , ସେ ତାଙ୍କ ସ୍ବୀକୁ ହତ୍ୟା ଅଭିଯୋଗରେ ତା ୨୮/୧୧/୨୦୨୦ମସିହାରୁ ଦଶପଲ୍ଲା ସବ୍ – ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବରେ ରହୁଥିବା ଜଣାପଡିଛି । ଏ ସମ୍ପର୍କରେ ଦଶପଲ୍ଲା ସବ୍ – ଜେଲର ମାନସ ରଂଜନ ସାମନ୍ତ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
