ଶିଷ୍ଟ ବ୍ୟକ୍ତିଙ୍କ ପରଲୋକ
କଟକ : କଟକ ଯୋବ୍ରା ମ୍ୟୁନିସିପାଲିଟି କଲୋନିରେରେ ବାସ କରୁଥିବା ବନବାସୀ ମିଶ୍ରଙ୍କର ପୁରୀସ୍ଥିତ ମାଟିତୋଟା ସାହି ବାସଭବନରେ ପରଲୋକ ଘଟିଯାଇଛି । ମୃତ୍ୟୁବେଳୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମିଶ୍ର ପରିବହନ ବିଭାଗରରେ ଚାକିରି କରି ଅବସର ଗ୍ରହଣ କରିଥିଲେ । ସେ ଜଣେ ଜ୍ୟୋତିଶ ଶାସ୍ତ୍ର ବିଶାରଦ ଭାବେ ଖୁବ ସୁନାମ ଅର୍ଜନ କରିଥିଲେ । ତାଙ୍କର ବିୟୋଗରେ ଯୋବ୍ରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
