ଧର୍ମପ୍ରାଣା ମହିଳାଙ୍କ ପରଲୋକ
କଟକ : ମହାନଦୀବିହାର ସେକ୍ଟର ୧ ପ୍ଲଟ ନମ୍ବର ୧୦୬ର ବାସିନ୍ଦା ତଥା ୱାଟକୋ କଟକର ସାଧାରଣ ପରିଚାଳକ ରଶ୍ମିରଂଜନ ସାହୁଙ୍କ ମାତା ସୁଭ୍ରଦ୍ରା ସାହୁଙ୍କର ଗତକାଲି ରାତିରେ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ, ବୋହୂ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ । ସ୍ୱର୍ଗତା ସାହୁ ଜଣେ ଧର୍ମ ପରାୟଣା ମହିଳା ଓ ଜଗନ୍ନାଥଙ୍କ ପରମ ସେବକ ଭାବେ ଅଂଚଳରେ ବେଶ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବହୁ ମୁରବୀ ଶ୍ରେଣୀୟ ଲୋକେ ବାସ ଭବନରେ ପହଂଚି ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ବଡପୁଅ ରଶ୍ମିରଂଜନ ମୁଖାଗ୍ନି ଦେଇଥିଲେ ।
