ସୁନାଦୂବ ପକ୍ଷରୁ ଦୀପାବଳି ଉତ୍ସବ ପାଳିତ
କଟକ : ସାମାଜିକ ଅନୁଷ୍ଠାନ ସୁନାଦୂବ ପକ୍ଷରୁ କଟକ ନରାଜସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମଠାରେ ପବିତ୍ର ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସନ୍ୟାସିନୀ ବିଦ୍ୟୁତ୍ କୁମାରୀ ଲାଲାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀମାନଙ୍କ ମଧ୍ୟରେ ଦୀପ, ତେଲ, ବାଣ, ଶୁଖିଲା ଖାଦ୍ୟ ଏବଂ ଲଡୁ ବଣନ କରାଯିବା ସହ ମଧ୍ୟାହ୍ନ ଭୋଜନରେ ପ୍ରସାଦର ଆୟୋଜନ କରାଯାଇଥିଲା । ପରେ ପରେ ବୃଦ୍ଧାଶ୍ରମର ଅଧ୍ୟକ୍ଷ ମହେଶ୍ୱର ସାଥୁଆ ଏବଂ ଅନ୍ୟାନ୍ୟ ଦାୟିତ୍ୱରେ ଥିବା ସଦସ୍ୟମାନଙ୍କ ସମେତ ରହୁଥିବା ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରି ଭଲମନ୍ଦ ବୁଝିଥିଲେ । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ମଞ୍ଜୁଲତା ଜେନା, ମନୀଷା ରାୟ, ଗୀତାରାଣୀ ଦାଶ ଓ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀମାନଙ୍କ ସହିତ ମିଶି ଦୀପ ଜାଳି ଓ ବାଣ ଫୁଟାଇ ଉତ୍ସବକୁ ପାଳନ କରିଥିଲେ ।
