ବିଜେପି ପକ୍ଷରୁ ପ୍ରଚାର ସରଗରମ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ
ଭଦ୍ରକ : ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିରେ ବିଜେପିର ସୂର୍ଯ୍ୟବଂଶୀ ସୁରଜ, ବିଜେଡ଼ିର ଅବନ୍ତୀ ଦାସ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଏବଂ ପବିତ୍ର ମୋହନ ଦାସ ମୋଟ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ସରଗରମ ହୋଇଛି । ବିଜେପି ପକ୍ଷରୁ ପ୍ରଚାର ମଇଦାନରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଦଳୀୟ ନେତା ପୂର୍ବତନ ମନ୍ତ୍ରୀ, ସାଂସଦ, ପ୍ରାର୍ଥୀ ଓ କର୍ମୀ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପ୍ରଚାର କରୁଥିବାରୁ ଆହୁରି ସରଗରମ କରିଛି । ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲ୍ଲା ଗ୍ରସ୍ତରେ ଆସି ଏକ କାର୍ଯ୍ୟକର୍ତା ବୈଠକରେ ଯୋଗଦେଇ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜକୁ ଜିତେଇବାକୁ କର୍ମୀ ଓ କର୍ମକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜି ଧାମନଗର ନିର୍ବାଚନ ମଣ୍ଡିଳୀର ଧୂଷୁରୀ, କୋଠାର, କାଶୀମପୁର, ଶ୍ୟାମସୁନ୍ଦରପୁର, ଅର୍ଜୁନପୁର, ନଦୀଗାଁ, ମଙ୍ଗରାଜସାହି, ମୀରଘାହାଟକୂଳ, ଭଟସାହି, ଶଇଲୋ, ବାଲିପାଟଣା, ମମଦୁଲା, ମଠସାହି, ହସନାବାଦ, ଆଦି ଗ୍ରାମପଂଚାୟତ ଓ ଗ୍ରାମରେ ଭାରତୀୟ ଜନତା ଦଳର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ ପଞ୍ଚାୟତ ଓ ଗ୍ରାମରେ ପହଂଚି ଘରକୁ ଘର ଯାଇ ମା, ମଉସା, ମାଉସୀ, ଭାଇ, ଭଉଣୀ,ଗୁରୁଜନଙ୍କ ଆଶୀର୍ବାଦ ନେଇ ପରଲୋକଗତ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ସୁପୁତ୍ରଙ୍କୁ ଭୋଟ ଦେବାକୁ ନିବେଦନ କରିଥିବା ବେଳେ ମୋଟର ସାଇକେଲ ଶୋଭାଯାତ୍ରାରେ କର୍ମୀଙ୍କ ସହ ବୁଲି ପ୍ରାର୍ଥୀ ପ୍ରଚାର କରୁଛନ୍ତି । ଏହାଛଡ଼ା ବିଭିନ୍ନ ପଂଚାୟତରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କର୍ମକର୍ତା ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜାନା ପ୍ରକାଶ କରି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜକୁ ଭୋଟଦେଇ ଜୟଯୁକ୍ତ କରିବାକୁ ଘରକୁ ଘର ବୁଲି ମତଦାତାମାନଙ୍କୁ ନିବେଦନ କରୁଛନ୍ତ I
