ଥଇଥାନ ନକରି ବସ୍ତି ଉଚ୍ଛେଦ କରିବାକୁ ବିରୋଧ
କଟକ : ଜଗତପୁର ଅନ୍ତର୍ଗତ ନଜରପୁର ମୁଣ୍ଡା ସାହିକୁ ଜାଗା ମିଶନରେ ଥଇଥାନ କରିବା କହି ଭୋଟ ନେଇଥିବା ବେଳେ ଏବେ ରେଲୱେ ଜାଗା କହି ଥଇଥାନ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି । ଏଣୁ ଆଜି ଅଖିଳ ଓଡିଶା ଝୋପଡିପଟ୍ଟି ମହାସଂଘ ଏକତାର ସଭାପତି ବୃନ୍ଦାବନ ଦାସ ଆଜାଦ ଓ କ୍ଲାପର ସଭାପତି ଡ. ବିକାଶ ଦାସଙ୍କ ନେତୃତ୍ୱରେ ଶତାଧିକ ବସ୍ତି ବାସିନ୍ଦା ଭୁବନେଶ୍ୱରକୁ ଏକ ବିରାଟ ପଟୁଆରରେ ବାହାରି ବସ୍ତି ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ ରାଜ୍ୟ ମାନବାଧିକାର କମିଶନରେ କେଶ ଦାଖଲ କରିଛନ୍ତି । କାର୍ଯ୍ୟକ୍ରମରେ କ୍ଲାପ ପକ୍ଷରୁ ଆଇନଜୀବୀ ବିଜୟ କୁମାର ମିଶ୍ର, ଆଇନଜୀବୀ ଚନ୍ଦ୍ରଦେବ ପୁରୋହିତ, ଆଇନଜୀବୀ ସଦାନନ୍ଦ ବାଗ୍, ପ୍ରିୟଦର୍ଶିନୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବା ବେଳେ ବାଉ ପାତ୍ର, ରଥକିଶୋର ନାୟକ, ଜଗନ୍ନାଥ ଦାସ, ଦାସ ଚମ୍ପିଆ, ବଇଁଶି ବିରୁଆ, ରଂଜୁ ପାତ୍ର, ପାର୍ବତୀ ବିରୁଆ, ମିନି ସାହୁ, କନକ ସେନାପତି ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ ।
