ଏଚ୍.ଆଇ.ଭି ସଂକ୍ରମିତ ଶିଶୁଙ୍କ ଅଧିକାର ଉପରେ ଆଲୋଚନା ଚକ୍ର
କଟକ : ଶିଶୁ ମଙ୍ଗଳ ସମିତି ପରିଶରରେ ଉତ୍କଳ ସେବକ ସମାଜଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯତ୍ନ ଓ ସୁରକ୍ଷା ପ୍ରକଳ୍ପ ଆନୁକୂଲ୍ୟ ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶୁଶ୍ରୀ ମନ୍ଦାକିନୀ ଜେମା ପୌରହିତ କରିଥିଲେ । ଏଚଆଇଭି ସଂକ୍ରମିତ ଓ ପ୍ରଭାବିତ ଅନାଥ ଶିଶୁମାନଙ୍କୁ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ଯୋଜନାରେ ଅର୍ନ୍ତଭୁକ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା । ବିଶେଷ କରି କରୋନା ଯୋଗୁଁ ପିତୃମାତୃହରା ଶିଶୁମାନଙ୍କ ସ୍ୱତନ୍ତ୍ର ଥଇଥାନ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆର୍ଶିବାଦ ଯୋଜନା, ରାଜ୍ୟସରକାରଙ୍କ ଦ୍ୱାରା ଘୋଷିତ ବିଜୁ ଶିଶୁ ସୁରକ୍ଷା ଯୋଜନା ସ୍ଫନସରସିପ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶିଶୁ ମଙ୍ଗଳ ସମିତିର ସଦଶ୍ୟ ଅମୀୟ ଭୂଷଣ ବିଶ୍ୱାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଫିସରଙ୍କ ପ୍ରତିନିଧି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପ୍ରତିନିଧି ଗୌତମ ମହାପାତ୍ର ଚାଇଲ˜ ଲାଇନ୍ର ସଂଯୋଜକ ନାରାୟଣ ଶୁକ୍ଳ ,ଉତ୍କଳ ସେବକ ସମାଜର ନିର୍ଦ୍ଦେଶକ ଇଂ ଅନ୍ୱୟ ଅଭିନବ ସମେତ ବିହାନ ପ୍ରକଳ୍ପର ସଂଯୋଜିକା ରଶ୍ମିତା ପ୍ରଧାନ ଓ ସମସ୍ତ କର୍ମୀ ଉପସ୍ଥିତ ଥିଲେ । ଶେଷରେ ବାସୁଦେବ ରାଉତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
