ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘର ବାର୍ଷିକୋତ୍ସବ
କଟକ : କଟକ ଶିଖରପୁରସ୍ଥିତ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ସିବିଓ ଶାଖା-୩ର ଅଭିକର୍ତା ସଂଘର ୧୫ତମ ବାର୍ଷିକୋତ୍ସବ ଚୌଧୁରୀ ବଜାରସ୍ଥିତ ସହୀଦ ଭବନଠାରେ ସଂଘର ସଭାପତି ବିଭୁତି ଭୂଷଣ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଯାଇଛି । ଉକ୍ତ ସଭାରେ ଏଲଆଇସିର କଟକ ମଣ୍ଡଳ ମାର୍କେଟିଂ ମ୍ୟାନେଜର ଶ୍ୟାମଳକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜୀବନ ବୀମା ନିଗମ ଆଗାମୀ ଦିନରେ ଅଭିକର୍ତା ଓ ପଲିସିଧାରୀଙ୍କ ସୁବିଧା ପାଇଁ ସଦା ସର୍ବଦା ତାର ପ୍ରୟାସ ଜାରି ରଖିବ ବୋଲି କହିଥିଲେ । ଉଦଘାଟକଭାବେ କଟକ ମଣ୍ଡଳ ପରିଷଦର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥିଭାବେ ଶାଖା -୩ର ମୂଖ୍ୟ ପ୍ରବନ୍ଧକ ସୋମ ଶେଖର ରାଓ, ଉପସଭାପତି ଦେବେନ୍ଦ୍ର କୁମାର ମୁଦୁଲି, ପ୍ରଫୁଲ କୁମାର ପଣ୍ଡା, ଶଶି ଭୂଷଣ ସ୍ୱାଇଁ, ପ୍ରହ୍ଲାଦ ଚରଣ ଦାସ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅଭିକର୍ତା ବୃତିରେ ୨୫ ବର୍ଷ ପୁରଣ କରିଥିବା ଅଭିକର୍ତାମାନଙ୍କୁ ଅତିଥିମାନେ ମାନପତ୍ର ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ଅଭିକର୍ତାବୃନ୍ଦ ସଭା କାର୍ଯ୍ୟକୁ ସୁନ୍ଦରଭାବେ ପରିଚାଳନା କରିଥିଲେ । ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ବାର୍ଷିକ ବୀବରଣୀ ପାଠ କରିଥିବା ବେଳେ ଶରତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
