ମୂଲ୍ୟବୋଧ ଶିକ୍ଷା କର୍ମଶାଳା
କଟକ : ଶ୍ରୀ ନିଗମାନନ୍ଦ ଆଶ୍ରମର ସର୍ବାଧ୍ୟକ୍ଷ ସଦ୍ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ମାନବିକ ମୂଲ୍ୟବୋଧ ଶିକ୍ଷା ପ୍ରସାର ସମିତି ଟ୍ରଷ୍ଟ ପକ୍ଷରୁ ଏକ ମୂଲ୍ୟବୋଧ ଶିକ୍ଷା କର୍ମଶାଳା ରେଲୱେ ସେଟଲମେଣ୍ଟ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସୁକାନ୍ତ ଚନ୍ଦ୍ର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ସାଧାରଣ ସଂପାଦକ ବିଚିତ୍ରାନନନ୍ଦ ମିଶ୍ର ପ୍ରାରମ୍ଭିକ ସୂଚନା ଦେବା ପରେ ଅଧିବକ୍ତା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷା ମାଆ କଲ୍ୟାଣମୟୀ ସରସ୍ୱତୀ, ପ୍ରାକ୍ତନ ଦୂରଦର୍ଶନ ନିର୍ଦ୍ଦେଶକ ଡଃ ଶାନ୍ତନୁ କୁମାର ରଥ, ପ୍ରାଧ୍ୟାପକ ରାଜଲକ୍ଷ୍ମୀ ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମିଶ୍ର, ପ୍ରାକ୍ତନ ପ୍ରଧାନଶିକ୍ଷକ ବିଚିତ୍ରାନନ୍ଦ ମିଶ୍ର, ପ୍ରସାଦରାଓ ସୁବୁଦ୍ଧି ପ୍ରମୁଖ ମାନବିକ ମୂଲ୍ୟବୋଧ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ଶେଷରେ ବ୍ରଜବାସିନୀ ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।
