ଟିକ୍କି ଫ୍ରେଙ୍କି
ଆବଶ୍ୟକ ସାମଗ୍ରୀ :
ଅଧ କପ ଅଟା, ଅଧ କପ ମଇଦା, ୧ କପ ସିଝା ଚକଟା ଆଳୁ, ଅଧ କପ କଟା ପିଆଜ, ସ୍ବାଦାନୁସାରେ ଲଙ୍କା ଗୁଣ୍ଡ, ଅଧ ଚାମଚ ଲେଖାଏ ହଳଦୀ ଓ ଧନିଆ ଗୁଣ୍ଡ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ସ୍ବାଦାନୁସାରେ ଲୁଣ, ଦରକାର ଅନୁସାରେ ଲହୁଣୀ, ଗ୍ରୀନ ଚଟଣୀ, ଟମାଟୋ ସସ, ୧ଟି କଟା କ୍ୟାପସିକମ, ଚାଟ ମସଲା।
ପ୍ରସ୍ତୁତି ପ୍ରଣାଳୀ :
ପ୍ୟାନରେ ଲହୁଣୀ ଗରମ କରି ଆଳୁ, ରସୁଣ, ମଟର, ଅଦା, ପିଆଜ ଓ ମସଲା ପକାଇ ଭାଜନ୍ତୁ। ମିଶ୍ରଣ ହାଲୁକା ଥଣ୍ଡା ହେଲେ ଟିକ୍କି ତିଆରି କରନ୍ତୁ। ଏକ ପାତ୍ରରେ ଅଟା, ମଇଦାରେ ଆବଶ୍ୟକ ଅନୁସାରେ ପାଣି ଦେଇ ଚକଟନ୍ତୁ। ଅଟାରେ ଛୋଟ ଗୁଳା ତିଆରି କରି ବେଲନ୍ତୁ। ଏହି ରୁଟିର ଉଭୟ ପାର୍ଶ୍ବ ତାୱାରେ ସେକନ୍ତୁ। ଏବେ ରୁଟିର ଗୋଟିଏ ପଟେ ସସ ଲଗାଇ ଟିକ୍କି, ପିଆଜ ଓ କ୍ୟାପସିକମ ରଖନ୍ତୁ। ଉପରେ ଚାଟ ମସଲା ସିଞ୍ଚି ଫ୍ରେଙ୍କିକୁ ଗୁଡ଼ାଇ ପ୍ଲେଟରେ ରଖି ପରଷନ୍ତୁ।
