ଆମ ରୋଷେଇ- “ସାଉଥ ମାଛ ତରକାରି”
ସାମଗ୍ରୀ :
ରୋହି ମାଛ – ୬୫୦ ଗ୍ରାମ୍
ବଡ଼ ପିଆଜ-୨ଟି
ବିଲାତି (ମଧମ)-୧ଟି
ଲଙ୍କାଗୁଣ୍ଡ-୧ ଚାମଚ
ଧଣିଆ ଗୁଣ୍ଡ-୧ ୧/୨ଚାମଚ
ତେନ୍ତୁଳ ପାଣି -୩ ଟେବୁଲ-ଚାମଚ
ତେଲ-୩ ବଡ଼ ଚାମଚ
ଜିରା-୧ ଚାମଚ
ମେଥି—୧/୨ ଚାମଚ
ପାନମଧୁରୀ – ୧ ଚାମଚ
ଅଦା ବଟା-୧୧/୨ ଚାମଚ
ରସୁଣ ବଟା-୧୧/୨ ଚାମଚ
ହଳଦି ଗୁଣ୍ଡ—୧/୨ ଚାମଚ
ଭୁର୍ସୁଙ୍ଗ ପତ୍ର -୮ଟି
ଲୁଣ- ସ୍ବାଦାନୁସାରେ
ପ୍ରଣାଳୀ-
ମାଛକୁ ପିସ୍ କରି କାଟି ଧୋଇଦିଅନ୍ତୁ । ପିଆଜକୁ ଲମ୍ବା ସରୁରେ ଓ ଟମାଟୋକୁ ଛୋଟ କରି କାଟନ୍ତୁ । ଲଙ୍କା ଓ ଧଣିଆ ଗୁଣ୍ଡକୁ ତେନ୍ତୁଳି ପାଣିରେ ମିଶାଇ ରଖନ୍ତୁ । ତେଲ ଗରମ କରନ୍ତୁ ଓ ସେଥିରେ ଜିରା, ମେଥି ଓ ପାନମଧୁରୀ ପକାଇ ଫୁଟାନ୍ତୁ । ଏଥର କଟା ପିଆଜ ପକାଇ ନରମ ହେବାଯାଏଁ ଭାଜନ୍ତୁ (ଲାଲ କରିବେ ନାହିଁ ) । ତା’ପରେ ଅଦା-ରସୁଣ ବଟା ପକାଇ ଆଉ ୫ ମିନିଟ୍ ରାନ୍ଧନ୍ତୁ । ଲୁଣ, ହଳଦି ଓ ଭୁର୍ସଙ୍ଗ ପତ୍ର ପକାଇ ଗୋଳାନ୍ତୁ ଓ ବିଲାତି ମିଶାନ୍ତୁ । ୧୦ ମିନିଟ୍ କମ୍ ଆଞ୍ଚରେ ବସାଇ ବିଲାତି ନରମ ହେବାଯାଏଁ କଷି ତେନ୍ତୁଳି ମିଶା ମସଲା ପାଣି ଦିଅନ୍ତୁ । ଫୁଟିଗଲେ ମାଛ ପକାଇ ଆଞ୍ଚ କମାଇ ଆବଶ୍ୟକ ଝୋଳ ରଖି ଗରମ ଗରମ ଭାତ ସହ ପରଶନ୍ତୁ ।
