ଆମ ରୋଷେଇ- “କଙ୍କଡ଼ା ତରକାରି”
ସାମଗ୍ରୀ :
ଛୋଟ କଙ୍କଡ଼ା – ୮ଟି
ପିଆଜ – ୧୦୦ ଗ୍ରାମ୍
ଗୋଲମରିଚ – ୧ ଚାମଚ
ଗୋଟା ଧନିଆ – ୧ ଟେବୁଲ୍ ଚାମଚ
ଲାଲ। ଲଙ୍କା – ୧-୨ଟି
ଜିରା – ୧/୨ ଚାମଚ
ଅଳେଇଚ – ୪ଟି
ଲବଙ୍ଗ – ୮ଟି
ଡାଲଚିନି – ୨ ଇଞ୍ଚ
ତେନ୍ତୁଳି ମଣ୍ଡ – ୩ ଟେବୁଲ୍ ଚାମଚ
କୋରା ନଡ଼ିଆ -୨ ଟେବୁଲ୍ ଚାମଚ
ହଳଦି – ୧/୨ ଚାମଚ
ନଡ଼ିଆ କ୍ଷୀର – ୭୫ ମିଲି
ଲୁଣ – ସ୍ୱାଦ ଅନୁସାରେ
ଧନିଆ ପତ୍ର (କଟା)
ପ୍ରଣାଳୀ :-
କଙ୍କଡ଼ାକୁ ପିସ୍ ପିସ୍ କରି କାଟନ୍ତୁ । ୨ଟି ପିଆଜକୁ ସରୁ ଲମ୍ବା ଓ ବାକି ୨ ଟିକୁ ଚୂନା କରି କାଟନ୍ତୁ । କରେଇରେ ତେଲ ଗରମ କରି ସରୁ କଟା ପିଆଜ ପକାଇ ଲାଲ କରି ଭାଜନ୍ତୁ ଓ କାଢ଼ି ପେପର ଉପରେ ରଖନ୍ତୁ । ଶୁଖୁଲା କରେଇରେ ଗୋଲମରିଚ, ଧନିଆ, ଲଙ୍କା, ଜିରା, ଅଳେଇଚ, ଡାଲଚିନି, ଲବଙ୍ଗ ପକାଇ ଭାଜି ଏହା ସହ ତେନ୍ତୁଳି ମଣ୍ଡ ଓ ଭଜା ପିଆଜ ମିଶାଇ ଚିକ୍କଣ କରି ବାଟନ୍ତୁ । ତେଲକୁ କରେଇରେ ଗରମ କରି ନଡ଼ିଆ ଓ ହଳଦି ଭାଜି ବାଟି ରଖନ୍ତୁ । ଏଥର ବଳକା ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ । କଙ୍କଡ଼ା ମିଶାଇ ୬ ମିନିଟ୍ ଭାଜନ୍ତୁ ଲଗାତର ଗୋଳାଇ । ପରେ ମସଲା ବଟା ଓ ନଡ଼ିଆ ବଟା ମିଶାନ୍ତୁ । ଗୋଳାଇ ୭୫ ମିଲି ପାଣି ଦେଇ ଫୁଟାନ୍ତୁ । ଆଞ୍ଚ କମ୍ କରି ୫-୧୦ ମିନିଟ୍ ବସାନ୍ତୁ କିମ୍ବା ଝୋଳ ବହଳିଆ ହେବାଯାଏଁ ରାନ୍ଧି କଟା ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।
କଙ୍କଡ଼ା ତରକାରି କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
