କାଲି ଅରୁଣ ଭାରତୀ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ଘଣ୍ଟେଶ୍ୱର ସ୍ଥିତ ଅରୁଣ ଭାରତୀ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଶିକ୍ଷାବିତ ସୁରେନ୍ଦ୍ର ଗାହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ଲଷ୍ମୀଧର ରାଉତ ମୁଖ୍ୟ ଅତିଥି ରୂପେ ଏବଂ ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ଦାସ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ପିଲାଙ୍କର ସୃଜନୀ ଶକ୍ତିର ପରିପ୍ରକାଶ ପାଇଁ ଶିକ୍ଷକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏହି ଅବସରରେ ସାମନ୍ତରାୟପୁର କ୍ଲଷ୍ଟରର ସି. ଆର. ସି. ବସନ୍ତ କୁମାର ବଳ, ନଛିବିନ୍ଧା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବଳ, ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ରଙ୍କୁ ଗୁରୁ ଗୌରବ ସନମାନରେ ସନମାନିତ କରାଯାଇଥିଲା । ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରଚାରକ ସୁଧାକର ଧନୀ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦିକା ସଂଯୁକ୍ତା ଭାରତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶଙ୍କର୍ଷଣ ଦଳେଇ, ସୁକାନ୍ତ ମହାରାଜ, ରସାନନ୍ଦ ସାହୁ, ବୀଣାପାଣି ମିଶ୍ର, ପ୍ରମିଳା ସାହୁ, କନକ ପଣ୍ଡା, ଗୀତାଞ୍ଜଳି ଶେଠୀ, ସ୍ନିଗ୍ଧା ରାଣୀ ସାହୁ, ପ୍ରଜ୍ଞା ପାରମିତା ସାହୁ, ରତିକାନ୍ତ ଭାରତୀ, ଶିଳନ ସ୍ୱାଇଁ, ବସନ୍ତ ଭାରତୀ, ଦେବାନନ୍ଦ ନାୟକ, ଉମାକାନ୍ତ ପ୍ରଧାନ, ରୋହିତ ପଲେଇ, ମାର୍କଣ୍ଡ ବାରିକ, ଚନ୍ଦନ ମହାଳିକ, ମାନସ ସେନାପତି, ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ଶିକ୍ଷାନୁଷ୍ଠାନର ପିଲାମାନଙ୍କ ଦ୍ୱାରା ସମାଜ ସଚେତନ ଧର୍ମୀ କ୍ଷୁଦ୍ର ନାଟିକା, ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା ।
