ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଗିରଫ
ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସାରୋ ଗ୍ରାମର ଜନୈକ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ ବଳରାମ ଯେନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଯୁବତୀ ଜଣକ ଗତ ଶୁକ୍ରବାର ସନ୍ଧ୍ୟା ୬ଟା ବେଳେ ସାନଭାଇକୁ ଟିଉସନରୁ ଧରି ଘରକୁ ଫେରୁଥିବା ବେଳେ ସାରୋ ଅଙ୍ଗନୱାଡି କେନ୍ଦ୍ର ନିକଟରେ ପୂର୍ବ ପ୍ରସ୍ତୁତି ମୁତାବକ ଅଭିଯୁକ୍ତ ଅସଦାଚରଣ କରିଥିଲା ବୋଲି ଶନିବାର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ମାମଲା ଋଜୁ କରିବା ସହ ରବିବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଘଟଣାକୁ ନେଇ ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
